ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ କଳା ପରୀକ୍ଷା ଫଳ ପ୍ରକାଶିତ, ବର୍ଷା ପ୍ରିୟଦର୍ଶନୀ କର କଲେଜ ଟପ୍ପର

Spread the love

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ କଳା ପରୀକ୍ଷା ଫଳ ଗୁରୁବାର ଅପରାହ୍ନରେ ପ୍ରକାଶ ପାଇଛି। ଏହି ବିଦ୍ୟାଳୟରେ ମୋଟ ୨୩୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ପ୍ରଥମ ଶ୍ରେଣୀରେ ୮୦ଜଣ, ଦ୍ୱିତୀୟ ଶ୍ରେଣୀରେ ୫୫ ଓ ତୃତୀୟ ଶ୍ରେଣୀରେ ୭୬ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୨୫ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ସେହିପରି ଏକ୍ସରେଗୁଲାରରେ ୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୨ଜଣ ଓ ଦ୍ୱିତୀୟ ଶ୍ରେଣୀରେ ଜଣେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟର ବର୍ଷା ପ୍ରିୟଦର୍ଶନୀ କର ସର୍ବାଧିକ ୫୨୧ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *