ବାହାନଗା ରେଳ ଦୁର୍ଘଟଣା: ବିଏମସି ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର

Spread the love

ଭୁବନେଶ୍ୱର : ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ମୃତାହତ ବ୍ୟକ୍ତି ମାନଙ୍କ ସମ୍ପର୍କରେ ସୂଚନା ଦେବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଛି । ସମ୍ପର୍କୀୟ ମାନେ ୧୯୨୯ ନମ୍ବରକୁ କଲ କରି ମୃତଦେହ ବିଷୟରେ ଜାଣି ପାରିବେ । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ବିଏମସି ୱେବସାଇଟରେ ମଧ୍ୟ ମୃତକଙ୍କ ଫଟୋ ଏବଂ ସମ୍ପୂର୍ଣ୍ଣ ବିବରଣୀ ଅପଲୋଡ କରାଯିବ। ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ଖୋଲାଯାଇଛି। ସେଠାରୁ ମଧ୍ୟ ମୃତକଙ୍କ ବିଷୟରେ ସୂଚନା ନେଇ ପାରିବେ ସମ୍ପର୍କୀୟ। ଏହାସହ ସମ୍ପର୍କୀୟ ଚାହିଁଲେ ଭୁବନେଶ୍ୱର ଠାରେ ଅନ୍ତିମ ସଂସ୍କାର କରିବା ବ୍ୟବସ୍ଥା କରାଯିବ । ଯଦି ଆବଶ୍ୟକ ପଡ଼େ ମୃତଦେହ ନିଜ ଅଞ୍ଚଳକୁ ନେବା ପାଇଁ ସହାୟତା ଯୋଗାଇ ଦିଆଯିବ। ଏମସ୍ ସମେତ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ୧୭୦ଟି ଶବ ସଂରକ୍ଷିତ କରି ରଖାଯାଇଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *