ମୃତକଙ୍କ ପରିବାର କୁ ଭେଟିଲେ, ଶୁଦ୍ଧି କ୍ରିୟା ପାଇଁ ସହାୟତା କଲେ। ଏହା ସହିତ ବିଧବା ମହିଳା ଙ୍କ ଥଇଥାନ ପାଇଁ ବ୍ୟବସ୍ଥା କଲେ ଆଇନ ମନ୍ତ୍ରୀ ପ୍ରୁଥୀରାଜ ହରିଚନ୍ଦନ। ଆଇନମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରିପଡା, ଡିଗୀରିସାହି ର ଜଣେ ଯୁବକକୁ ହତ୍ୟା କରାଯାଇଥିବା ବେଳେ ଦୋଷୀଙ୍କୁ ଗିରଫ କରାଯାଇଛି। ଘର ର ଏକ ମାତ୍ର ପୁଅ ହରାଇ ବାପା ମା କାନ୍ଦୁଥିବା ବେଳେ , ବିଧବା ପତ୍ନୀ ଛୁଆ ଙ୍କୁ ଧରି ଭୁବନେଶ୍ଵର ସରକାରୀ ବାସଭବନ କୁ ଆସି ମନ୍ତ୍ରୀଙ୍କୁ ଗୁହାରି କରିଥିଲେ। ଏହାଶୁଣି ମନ୍ତ୍ରୀ ସହାୟତା ର ହାତ ବଢ଼ାଇଛନ୍ତି ଆଇନ ମନ୍ତ୍ରୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now