ଓଡ଼ିଶାଭୁବନେଶ୍ୱର

ନନ୍ଦନକାନନରେ ବିଶ୍ୱ ହାତୀ ଦିବସ ପାଳିତ

ଭୁବନେଶ୍ୱର: ଆଜି ବିଶ୍ୱ ହାତୀ ଦିବସ । ଏହି ଉପଲକ୍ଷେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପାଳିତ ହୋଇଯାଇଛି ବିଶ୍ୱ ହାତୀ ଦିବସ । ଏହି ଅବସରରେ ନନ୍ଦନକାନନରେ ଥିବା ୫ ବର୍ଷର ଛୋଟ ହାତୀ ମାମା ଓ ବଡ଼ ହାତୀ ବାସନ୍ତୀ, ପ୍ରେମା, ହୀରାକୁ ଆଖୁ, ତରଭୁଜ, ସେଓ, କଦଳୀ, ନଡ଼ିଆ ଆଦି ବିଭିନ୍ନ ପ୍ରକାର ସୁସ୍ୱାଦୁ ଫଳ ଖାଇବାକୁ ଦିଆଯାଇଛି ।
ସେହିପରି ହାତୀଙ୍କ ଯତ୍ନ ନେଉଥିବା ମାହୁନ୍ତମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହାଛଡ଼ା ହାତୀଙ୍କ ସୁରକ୍ଷା ନେଇ ସଚେତନତା ସୃଷ୍ଟି ଉଦେଶ୍ୟରେ ସିଗନେଚର କ୍ୟାମ୍ପେନ ସହ ପେଣ୍ଟିଂ ଓ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଆଗାମୀ ଦିନରେ ଢେଙ୍କାନାଳର କପିଳାସ ଚିଡ଼ିଆଖାନା ତଥା ରାଜ୍ୟର ଅନ୍ୟ ସ୍ଥାନରୁ ନନ୍ଦନକାନନ ଚିଡ଼ିଆଖାନାକୁ ହାତୀ ଆଣିବାକୁ ଯୋଜନା କରାଯାଇଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦେଶକ ଡ. ସଞ୍ଜିତ କୁମାର ।
ସିମ୍ପୁଲ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button