ଖବରକାଗଜ ବିକ୍ରେତାରୁ ଶିକ୍ଷକ

Spread the love

() ଖବରକାଗଜ ବିକ୍ରେତାରୁ ଶିକ୍ଷକ । ଖବର କାଗଜ ବିକ୍ରେତାରୁ ଶିକ୍ଷକ ହୋଇପାରିଛନ୍ତି ବିଦ୍ୟାସାଗର । ପରିବାରର ଆର୍ଥିକ ବୋଝ ପାଇଁ ସେ ଘରକୁ ଘର ବୁଲି ଖବର କାଗଜ ବାଣ୍ଟୁଥିଲେ। ସେଥିରୁ ଯାହା କିଛି ରୋଜଗାର ହେଉଥିଲା ସେଥିରୁ ଘର ଚଳାଇବା ସହ ନିଜ ପାଠ ପଢା ଖର୍ଚ୍ଚ କରୁଥିଲେ । ଏବେ ନିଜ ଅଧ୍ୟବସାୟ ବଳରେ ସେ ଜଣେ ଶିକ୍ଷକ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏଥିପାଇଁ ଯାଜପୁର ବିଂଝାରପୁର ବ୍ଲକ ଚିକଣା ଅଞ୍ଚଳର ବିଦ୍ୟାସାଗରଙ୍କୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ।

ଘରକୁ ଘର ବୁଲି ଖବର କାଗଜ ବାଣ୍ଟୁଥିଲେ କିନ୍ତୁ ଏବେ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣରେ ଲାଗି ପଡିଛନ୍ତି। ଏ ହେଉଛନ୍ତି ବିଂଝାରପୁର ଚିକଣା ଗାଁର ବିଦ୍ୟାସାଗର ବେହେରା। ପରିବାରର ଆର୍ଥିକ ବୋଝ ପାଇଁ ଘରକୁ ଘର ବୁଲି ଖବରକାଗଜ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରୁଥିବା ବିଦ୍ୟାସାଗର ନିଜର ନିଷ୍ଠା ଓ ଉଦ୍ୟମ ବଳରେ ଶିକ୍ଷକ ହୋଇପାରିଛନ୍ତି l ପାଞ୍ଚ ପୁଅ ଓ ଏକ ମାତ୍ର ଝିଅକୁ ନେଇ ବିଦ୍ୟାସାଗରଙ୍କ ପରିବାର l ବିଦ୍ୟାସାଗର ଜଣେ ମେଧାବୀ ଛାତ୍ର ଥିଲେ l ପରିବାରର ଆର୍ଥିକ ଅନଟନକୁ ଲକ୍ଷ ରଖି ଖବର କାଗଜ ବିତରଣ ସଂସ୍ଥାରେ ନିଜକୁ ନିୟୋଜିତ କରିବା ପାଇଁ ବାଧ୍ୟ ହେଲେ l ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ପାଠପଢ଼ାରେ ଅର୍ଥ ବାଧକ ସାଜିଥିଲା କିନ୍ତୁ ଏଥିରେ ଭାଙ୍ଗି ନ ପଡ଼ି ଖବରକାଗଜ ବିକ୍ରି କରିବା ବୃତ୍ତିକୁ ସେ ଆପଣାଇ ନେଇଥିଲେ l ଖବରକାଗଜ ବିକି ଯେତିକି ରୋଜଗାର ହେଉଥିଲା ସେହିଥିରେ ନିଜେ ପାଠ ପଢିବା ସହ ପରିବାର ପ୍ରତିପୋଷଣ କରୁଥିଲେ l 

ବିଦ୍ୟାସାଗର ବରୁଣେଶ୍ୱର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ନରସିଂହ ଚୌଧୁରୀ ମହାବିଦ୍ୟାଳୟରୁ +୩ ପାସ କରିବା ପରେ  ଦୀର୍ଘ ୧୦ ବର୍ଷ ଧରି ବିଂଝାରପୁର ଅଞ୍ଚଳରେ ଖବରକାଗଜ ବିକ୍ରି କରି ପାଠ ପଢୁଥିଲେ l ପରେ ସେ କେନ୍ଦ୍ରାପଡ଼ା ସେକେଣ୍ଡାରୀ ଟ୍ରେନିଂ ସ୍କୁଲରେ ଶିକ୍ଷକ ଦକ୍ଷତା ହାସଲ କରିବା ପାଇଁ ପ୍ରଶିକ୍ଷଣ ନେଇଥିଲେ  l ପ୍ରଶିକ୍ଷଣ ହାସଲ କରିବା ପରେ ପ୍ରଥମେ ଶିକ୍ଷା ସହାୟକ ଭାବରେ ବିଂଝାରପୁର ବ୍ଲକରେ କାର୍ଯ୍ୟରତ ହେଲେ l ଅନ୍ୟ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବିଦ୍ୟାସାଗର l

Leave a Reply

Your email address will not be published. Required fields are marked *