ନୟାଗଡ: ଅଧର୍ମ ଉପରେ ଧର୍ମର ବିଜୟ l ଅଧର୍ମକୁ ବିନାଶ କରିବା ପାଇଁ ଧରା ପୃଷ୍ଠରେ ଅବତରଣ କରିଛନ୍ତି ମା l ସବୁଠି ଚାଲିଛି ମାଙ୍କ ଆରାଧନା l ନୟାଗଡ ଜ଼ିଲ୍ଲାର ବିଭିନ୍ନ ଶକ୍ତି ପୀଠ ଓ ୧୨୩ ଟି ପୂଜାମଣ୍ଡପରେ ଚାଲିଛି ବିଜୟା ଦଶମୀ ଉତ୍ସବ l ନୟାଗଡ ପୁରୁଣା ସହରରେ ବିଜୟାଦଶମୀ ପରମ୍ପରା ରାଜାରାଜୁଡା ସମୟରୁ ବେଶ ଆଡମ୍ବରରେ ପାଳନ ହେଉଛି l ଆସନ୍ତୁ ଦେଖିବା ଆମର ଏ ରିପୋର୍ଟ l
ନୟାଗଡ ପୁରୁଣା ସହରର ଆରଧ୍ୟା ଦେବି ମା ଦକ୍ଷିଣ କାଳୀ l ସେଠାରେ ଚାଲିଛି ମାଆଙ୍କ ବିଜୟା ଦଶମୀ ପୂଜା l ରଙ୍ଗ ବେରଙ୍ଗ ଆଲୋକ ସାଙ୍ଗକୁ ପୂଜା ମଣ୍ଡପରେ ଚାଲିଛି ମାଆଙ୍କ ଆରାଧନା l ଲଗାଣ ବର୍ଷା ବାଧକ ସାଜିଥିବାବେଳେ ବର୍ଷାକୁ ଖାତିର ନକରି ଭକ୍ତ ମାଆଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି l ଭକ୍ତ ମନରେ ଆବେଗ ଓ କେହି କେହି ଭକ୍ତ କହୁଛନ୍ତି ଏ ବର୍ଷା ନୁହେଁ ବରଂ ସ୍ୱୟଂ ଇନ୍ଦ୍ର ଦେବତା ଆସିଛନ୍ତି ମାଆଙ୍କ ଦର୍ଶନ କରିବାକୁ l ଦ୍ୱିତୀୟା ଓଷା ଠାରୁ ନବରାତ୍ରି ପୂଜା ଆରମ୍ଭ ହୋଇଥାଏ l ନୟାଗଡ ରାଜାଙ୍କ ଦେବି ମା ବାଉରୀ ଠାକୁରାଣୀ l ପୂଜାରେ କିଛି ବ୍ୟତିକ୍ରମ ହେଲେ ରାଜାଙ୍କୁ ସ୍ୱପ୍ନାଦେଶ ହେବା ନେଇ ପୂର୍ବରୁ ଵିଧି ରହିଛି l
ଏଠାରେ ବାଉରୀ ଠାକୁରାଣୀଙ୍କ ପ୍ରତିମା ଓ ମାଆ ଦକ୍ଷିଣ କାଳୀଙ୍କ ପ୍ରତିମା ଏକାଠି ହୁଅନ୍ତି l ପୁରୁଣା ସହର ବାସୀ ଏକ ପଟୁଆରରେ ଆସି ସହର ପରିକ୍ରମା କରିବେ l ନୟାଗଡ ଜ଼ିଲ୍ଲାରେ ୧୨୩ ପୂଜା ମଣ୍ଡପ ଥିବାବେଳେ ଆଇନଶୃଙ୍ଖଳା ଦୃଷ୍ଟିରୁ ୪ ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ଥାନାକୁ ଦିଆଯାଇଛି l ଭସାଣି ପାଇଁ ମଧ୍ୟ ସମାନ ବ୍ୟବସ୍ଥା ରହିଥିବା ଅତିରିକ୍ତ ଏସପି କହିଛନ୍ତି l
ଧରାପୃଷ୍ଠରେ ଅବତରଣ କରିଥିବା ଜଗତଜନନୀ ମା ଦୁର୍ଗା, ବିଜୟାଦଶମୀର ନୀତିକାନ୍ତି ପରେ ଧରାପୃଷ୍ଠରୁ ମେଲାଣି ନେବେ। ପୁଣି ଆର ବରଷକୁ ହେବ ମାଆଙ୍କ ସହ ଭକ୍ତର ମିଳନ। ଦେବବ୍ରତ ନାୟକଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now