ବୀରମହାରାଜପୁରରେ ପ୍ରଥମ ଥର ପାଇଁ ଆୟୋଜିତ ଧନୁଯାତ୍ରା ମହୋତ୍ସବ

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ । ଦୀର୍ଘ ୧୦ ଦିନ ଧରି ପାଳିତ ହେବାକୁ ଥିବା ଏହି ମହୋତ୍ସବରେ ହଜାର ହଜାର ଦେଖଣାହାରୀ ମୁକ୍ତ ମଂଚରେ ଶ୍ରୀକୃଷ୍ଣଙ୍କ ଲୀଳାଭିନୟ ଦେଖିବାର ସୁଯୋଗ ପାଇଛନ୍ତି । ମହାରାଜା କଂସଙ୍କର ରଂଗସଭାର ଚଳଚିତ୍ର ଅଭିନେତା ଅଭିନେତ୍ରୀ ସହିତ ଲୋକନୃତ୍ୟ ସାଂଗକୁ ମୀନାବଜାର ଓ ଉନ୍ନୟନ ପ୍ରଦର୍ଶନୀ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିପାରିଛି  ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହରରେ ଦେଖିବାକୁ ମିଳିଛି ମହାରାଜା କଂସଙ୍କର ରାଜୁତି  । ପ୍ରଥମ ଥର ପାଇଁ ଏଠାରେ ୧ଦ ଦିନ ଧରି ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି । ମହାରାଜା ଉଗ୍ରସେନଙ୍କ ଠାରୁ ରାଜ୍ୟ ଭାର ଗ୍ରହଣ ପରେ ମହାରାଜା କଂସ ମଥୁରାରେ ରାଜୁତି କରିଥିଲେ । ସେପଟେ ଗୋପରେ ଚାଲିଛି କୃଷ୍ଣ ବଳରାମଙ୍କର ବାଲ୍ୟଲୀଳା । ମହାରାଜାଙ୍କ ରଂଗସଭାରେ ନୃତ୍ୟଗୀତର ଆସର ସାଂଗକୁ ଉଚ୍ଚକୋଟୀର ସଂଳାପ ଓ ମହାରାଜାଙ୍କ ଅଟ୍ଟହାସ୍ୟରେ ଦୁଲୁକି ଉଠୁଥିଲା ମଥୁରା ନଗରୀ  । ଉଦଘାଟନୀ ସଂଧ୍ୟାରେ ମହାମହିମ ରାଜ୍ୟପାଳ ଗଣେଷୀ ଲାଲ ଯୋଗ ଦେଇ ଏହି ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବକୁ ଉଦଘାଟନ କରିଥିଲେ । 

ଧନୁଯାତ୍ରା ମହୋତ୍ସବ ପାଇଁ ଜିଲ୍ଲାର ବୀରମହାରାଜପୁର ସହର ପାଲଟିଛି ଜନସମୁଦ୍ର । ନୃତ୍ୟ ବାଦ୍ୟର ଧ୍ବନିରେ ମହୋତ୍ସବ ପଡିଆ ଉଛୁଳି ପଡୁଥିବା ବେଳେ ଗୋପାଙ୍ଗନାଙ୍କ ବିଳାପ ଗୀତରେ ବିମୋହିତ ହୋଇଛନ୍ତି ଦେଖଣାହାରୀ । ଅନ୍ୟପଟେ ମୀନାବଜାର ମଧ୍ୟ ଅଂଚଳବାସୀଙ୍କୁ ମନୋରଂଜନର ଖୋରାଗ ଯୋଗାଇଛି ।

ଦୀର୍ଘ ୧୦ ଦିନ ଧରି ପାଳିତ ହେଉଥିବା ଏହି ଧନୁଯାତ୍ରାରୁ ଲୋକେ ଖାଲି ଯେ ଭରପୁର ମନୋରଂଜନ ନେଉଛନ୍ତି ତାହା ନୁହେଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାରେ ନିଜେ ପାଲଟି ଯାଇଛନ୍ତି ଜଣେ ଜଣେ ଚରିତ୍ର  ।

ଗଣପତି ବାଘ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *