ରାତିରେ ପ୍ରଚାର କରୁଛନ୍ତି ବିଜେପି ପ୍ରାର୍ଥୀ : ବିଜେଡି

Spread the love

ଭୁବନେଶ୍ୱର – ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି ପ୍ରତିନିଧି ଦଳ ।

ବିଜେଡି ଅଭିଯୋଗ କରିଛି ଯେ ବିଜେପି ପ୍ରାର୍ଥୀ ରାତି ଅଧରେ ପ୍ରଚାର କରୁଛନ୍ତି । ନିର୍ବାଚନ ଆଚରଣବିଧି ଅନୁସାରେ ରାତି ୧୦ଟା ପରେ ପ୍ରଚାର ମନା । ମାତ୍ର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଗତକାଲି ରାତି ଗୋଟାଏରୁ ଦୁଇଟା ମଧ୍ୟରେ ଲଳିତ ହେରିଟେଜ ନିକଟ ସାମସଙ୍ଗ ଛକରେ ସହଯୋଗୀଙ୍କ ସହିତ ପ୍ରଚାର କରିଥିଲେ । ଏହି ସମୟରେ ମାଇକ୍ରୋଫୋନ୍ ମଧ୍ୟ ବ୍ୟବହାର କରିଥିଲେ । ଯାହାର ଭିଡିଓ ଫୁଟେଜକୁ ସିଇଓଙ୍କ ନିକଟରେ ଦାଖଲ କରିଛି ବିଜେଡି । ତେଣୁ ଟଙ୍କଧରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇଓଙ୍କୁ ଦାବି କରିଛି ବିଜେଡି ।

Leave a Reply

Your email address will not be published. Required fields are marked *