ଆଗାମୀ ଲୋକସଭା ନିର୍ବାଚନରେ ୨୦ ସିଟ ଜିତିବ ବିଜେଡି – ଅମର ପଟ୍ଟନାୟକ

Spread the love

ଭୁବନେଶ୍ୱର : ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଏକ ଜାତୀୟ ସ୍ତରୀୟ ସର୍ଭେରେ ଏନଡିଏ ସରକାର ଗଠନ କରିବ ବୋଲି ପୂର୍ବାନୁମାନ କରିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛି ବିଜେଡି ।

ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ଯେଉଁ ସର୍ଭେ କଥା କୁହା ଯାଇଛି, ସେଥିରେ ଠିକ ଭାବେ ସାମ୍ପଲ ନିଆଯାଇ ନାହିଁ। ତେବେ ଆଗାମୀ ନିର୍ବାଚନରେ ବିଜେଡି୨୦ ସିଟ ହାତେଇବ । କାରଣ ବିଜେଡି ନିକଟରେ ୫୦ ପ୍ରତିଶତ ଭୋଟ ହାର ରହିଛି । ସଦ୍ୟ୨୦୨୨ ମସିହାରେ ହୋଇଥିବା ନିର୍ବାଚନରେ ବିଜେଡିକୁ ରାଜ୍ୟର ଜନସାଧାରଣ 50 ପ୍ରତିଶତରୁ ଅଧିକ ଭୋଟ ଦେଇଥିଲେ । ତେଣୁ ଏହି ହାର ବଜାୟ ରହିବ ଓ ବିଜେଡିକୁ ୨୦ ସିଟ ମିଳିବ ।

Leave a Reply

Your email address will not be published. Required fields are marked *