ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁହାଁମୁହିଁ ବିଜେପି ବିଜେଡି

Spread the love

() ବଢିବାରେ ଲାଗିଛି ଯୁବ ବିଜେପି କର୍ମୀଙ୍କୁ ଗିରଫ ବିବାଦ । ଗିରଫଦାରୀକୁ ବିରୋଧ କରି ବିଜେପି ପକ୍ଷରୁ ଦୁଇ ଦିନିଆ ପ୍ରତିବାଦ ଜାରି ରହିଛି । ପ୍ରତିବାଦର ଦ୍ୱିତୀୟ ଦିନରେ ସବୁ ଏସପି ଅଫିସ ସାମ୍ନାରେ ଧାରଣା ଦେଇଛି ଦଳ । ଆଗାମୀ ଦିନରେ ଏ ପ୍ରତିବାଦକୁ ଦଳ ଅଧିକ ଜୋରଦାର କରିବ ବୋଲି କହିଛି । ଏପଟେ ବିଜେପିକୁ କଡା ଜବାବ ଦେଇଛି ବିଜେଡି । ଅନ୍ୟପଟେ ଉଭୟ ଦଳ ରାଜନୈତିକ ଡ୍ରାମା କରୁଥିବା କହିଛି କଂଗ୍ରେସ ।

ଏସପି ଅଫିସ ସାମ୍ନାରେ ବିଜେପିର ଧାରଣା । ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁହାଁମୁହିଁ ବିଜେପି ବିଜେଡି । ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା ବିଧାନସଭା ଘେରାଉ ଓ ପୋଲିସ ସହ ଧସ୍ତା ଧସ୍ତି ପରିସ୍ଥିତିକୁ ନେଇ ଥମୁନି ବିବାଦ । ଯୁବ ମୋର୍ଚ୍ଚାର ୨୨ କର୍ମୀଙ୍କୁ ଗିରଫ ଓ ୩୦୭ ଭଳି ସଙ୍ଗୀନ ଦଫାକୁ ନେଇ ନେଇ ଆନ୍ଦୋଳନ ଜାରି ରଖିଛି ବିଜେପି । ଏହିକ୍ରମରେ ଶନିବାର ରାଜ୍ୟର ସବୁ ଏସପି ଅଫିସ ସମାନାରେ ଧାରଣା ଦେଇଛି ଦଳ । ଶୁକ୍ରବାର ପୋଲିସ ଡିଜି, ଟୁଇନ ସିଟି ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ବିରୋଧରେ ଦେଇଥିବା ଏତଲା ପୋଲିସ ଗ୍ରହଣ ନ କଲେ ଆଗାମୀ ଦିନରେ  ସବୁ କୋର୍ଟର ଆଶ୍ରୟ ନେବ ବୋଲି  କହିଛି ଦଳ ।

ସେପଟେ ବିଜେପିର ଆନ୍ଦୋଳନକୁ କଡା ସମାଲୋଚନା କରିଛି ଶାସକ ଦଳ । ରାଜ୍ୟବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିବା ପରେ ହିସାଂକୁ ଆପଣାଇଛି ଦଳ । ଗଣତନ୍ତ୍ରରେ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର । ହେଲେ ଆନ୍ଦୋଳନ ସମୟରେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିବା ଗ୍ରହଣୀୟ ନୁହେଁ ବୋଲି କହିଛି ଶାସକ ଦଳ। ଏପଟେ କଂଗ୍ରେସ କହିଛି ଲୋକଙ୍କୁ ଠକିବା ପାଇଁ ଉଭୟ ଦଳ ସବୁ ପ୍ରସଙ୍ଗରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ଖୁବଶିଘ୍ର ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି ଦଳ ।

ତେବେ ନବ ଦାସ ହତ୍ୟାକାଣ୍ଡକୁ ନେଇ ପ୍ରତିବାଦ କରୁଥିବା ବିଜେପି କର୍ମୀ ଏବେ ଜେଲରେ । ଆଉ ତାଙ୍କୁ ଆକ୍ରୋଶ ମୂଳକ ଭାବେ ଗିରଫ କରାଯାଇଥିବା ଅଭିଯୋଗ ନେଇ ପ୍ରତିବାଦ ଜାରି ରଖିଛି ବିଜେପି । ହେଲେ ଏଠି ପ୍ରଶ୍ନ ଉଠୁଛି ଏ ପ୍ରସଙ୍ଗ ମଧ୍ୟରେ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଲୁଚି ଯିବନି ତ?

କଟକରୁ ଚିତ୍ତରଞ୍ଜନ ସାମନ୍ତରାୟ, କେନ୍ଦୁଝରରୁ ପାର୍ଥମିଶ୍ର ଓ ଭୁବନେଶ୍ୱରରୁ ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *