୨୦୨୪ ମସିହାରେ ବିଜେପି ଖୁବ ଭଲ ପ୍ରଦର୍ଶନ କରିବ : ମନମୋହନ ସାମଲ

Spread the love

ଭୁବନେଶ୍ୱର : ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେପି ଖୁବ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଏକ ଜାତୀୟ ସ୍ତରୀୟ ସର୍ଭେରେ ବିଜେପିକୁ ଲୋକସଭାରେ ୮ ଟି ଆସନ ମିଳିବ ବୋଲି କୁହାଯାଉଥିବା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସାମଲ କହିଛନ୍ତି ଯେ ବର୍ତମାନ ନିର୍ବାଚନ ହେବାର ନାହିଁ। ଆଗାମୀ ବର୍ଷ ମଇ ମାସର ଦ୍ୱିତୀୟ ସପ୍ତାହରେ ନିର୍ବାଚନ ଫଳାଫଳ ଆସିବ । ସେବେ ଯାଏ ଅପେକ୍ଷା କରାଯାଉ । ସେ କହିଛନ୍ତି ସେ ସର୍ଭେ ରିପୋର୍ଟ ଦେଖିଛନ୍ତି । ଦଳର ସର୍ଭେ ମଧ୍ୟ ମଧ୍ୟ ଦେଖିଛନ୍ତି ।ସମୟ ବହୁତ ଅଛି । ସର୍ଭେ ଆଧାରରେ ଆମେ ଆହୁରି କାମ କରିବୁ ଓ ଲୋକସଭା ନିର୍ବାଚନରେ ବିଜେପିକୁ ସିଂହ ଭାଗ ଆସନ ମିଳିବ ତଥା ରାଜ୍ୟରେ ମଧ୍ୟ ଆମେ ସରକାର ଗଠନ କରିବୁ ।

Leave a Reply

Your email address will not be published. Required fields are marked *