ଆତ୍ମହତ୍ୟା ନା ହତ୍ୟା

Spread the love

ଭୁବନେଶ୍ବର:  ବାରଙ୍ଗ ଥାନା ASI ଅଶୋକ ପ୍ରଧାନଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାକୁ ନେଇ ବଢୁଛି ସନ୍ଦେହ । ପାରିବାରିକ ଅଶାନ୍ତି ଆତ୍ମହତ୍ୟାର କାରଣ ହୋଇଥାଇ ପାରେ ବୋଲି କରାଯାଉଛି ସନ୍ଦେହ । କର୍ମକ୍ଷେତ୍ରରେ ଚଞ୍ଚଳ ଏବଂ ମେଳାପୀ ଅଶୋକଙ୍କ ଏଭଳି ପଦକ୍ଷେପକୁ ଗ୍ରହଣ କରୁନାହାନ୍ତି ତାଙ୍କର ବନ୍ଧୁମାନେ । ପାରିବାରିକ ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ ପୋଲିସ ପକ୍ଷରୁ ତଦନ୍ତ କରାଯିବ ବୋଲି କହିଛନ୍ତି ଡିସିପି ।

ବାରଙ୍ଗ ଥାନା ASI ଅଶୋକ ପ୍ରଧାନଙ୍କ ଆତ୍ମହତ୍ୟାକୁ ନେଇ ବଢୁଛି ସନ୍ଦେହ । ନନ୍ଦନକାନନ ଥାନା ଅନ୍ତର୍ଗତ ପଦାସାହି ରେ ରହୁଥିବା ଘରେ ଅଶୋକ କରିଛନ୍ତି ଆତ୍ମହତ୍ୟା । ସବୁ ଦିନ ଭଳି ଅଫିସରୁ ଫେରି ଖାଇସାରି ଶୋଇବାକୁ ଯାଇଥିଲେ ଅଶୋକ । ହେଲେ ବିଳମ୍ବିତ ରାତିରେ ଘଟିଥିଲା ଅଘଟଣ।  ସମ୍ପୂର୍ଣ୍ଣ ଆର୍ଥିକ ସ୍ୱଚ୍ଛଳ ମଧ୍ୟରେ ଏକ ସୁଖୀ ସଂସାର ବଞ୍ଚୁଥିବା ଅଶୋକ କଣ ପାଇଁ ଏଭଳି ପଦକ୍ଷେପ ନେଲେ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । ଅଶୋକଙ୍କ ବନ୍ଧୁମାନଙ୍କ ପାଇଁ ସେ ଥିଲେ ପ୍ରେରଣାର ଉତ୍ସ । ତାଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ  ବନ୍ଧୁମାନେ ପ୍ରଶଂସା କରିଛନ୍ତି ।ହେଲେ ତାଙ୍କର ଏଭଳି ପଦକ୍ଷେପକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବନ୍ଧୁମାନେ । କିଛିଦିନ ତଳେ ବନ୍ଧୁମିଳନ ରେ ଯୋଗ ଦେଇଥିବା ଅଶୋକ ସମ୍ପୂର୍ଣ୍ଣ  ସ୍ୱାଭାବିକ ଥିଲେ କହିଛନ୍ତି ବନ୍ଧୁମାନେ । ତେବେ କେଉଁ ପରିସ୍ଥିତିରେ ଅଶୋକ ଏଭଳି ଚରମ ପଦକ୍ଷେପ ନେଲେ ତାହା ତଦନ୍ତ ପରିସରଭୁକ୍ତ ।

ଅଶୋକ ଆତ୍ମହତ୍ୟା କୁ ନେଇ ମୁହଁ ଖୋଲି ନାହାନ୍ତି ପରିବାର ଲୋକ । ବାରଙ୍ଗ ଥାନା ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଜାରିରହିଥିବା ମଙ୍ଗଳାବାଗ ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ପୋଲିସ ବିଭାଗ ପକ୍ଷରୁ ତଦନ୍ତରେ ସମସ୍ତ ସହଯୋଗ କରାଯିବା ସହିତ ତଦନ୍ତ କୁ ତ୍ଵରାନ୍ବିତ କରିବାକୁ  ଆଦେଶ ଦେଇଛନ୍ତି ଡିସିପି । କର୍ମକ୍ଷେତ୍ରରେ କୌଣସି ଚାପ ନଥିବା ବେଳେ ପାଟିବାରିକ କାରଣ ତାଙ୍କ ମୃତ୍ୟୁ ପାଇଁ ଦାୟୀ ହୋଇଥାଇପାରେ ପ୍ରତିକ୍ରିୟା ରଖିଛନ୍ତି ଡିସିପି

ତଦନ୍ତରେ ସାମ୍ନା କୁ ଆସିପାରେ ଅନେକ ତଥ୍ୟ ।କେଉଁ କାରଣ ଅଶୋକଙ୍କୁ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କଲା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।

ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *