ଅଘୋଷିତ ଘନଘନ ବିଜୁଳି କାଟ୍ ବିରୁଦ୍ଧରେ ବିଜେପିର ଲଣ୍ଠନ ପଦଯାତ୍ରା

Spread the love

ଭୁବନେଶ୍ୱର : ପ୍ରତିଦିନ ଅହେତୁକ ବିଦ୍ୟୁତ୍ କାଟ ପ୍ରତିବାଦରେ ରାଜାରାଣୀ ମଣ୍ଡଳ ପକ୍ଷରୁ ମଙ୍ଗଳବାର ବଡଗଡ ସ୍କୁଲ ଛକରୁ ବିଜେବି ନଗର ସ୍ଥିତ ଇଲେକ୍ଟ୍ରି ସବଡ଼ିଭିଜନ ଅଫିସ୍ ପର୍ଯ୍ୟନ୍ତ ଅଭିନବ ଢଙ୍ଗରେ ସହ ସହ ବିଜେପି କର୍ମୀ ଲଣ୍ଠନ ଧରି ପଦଯାତ୍ରା ରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଭାରତୀୟ ଜନତା ପାର୍ଟି ଏହି କଥାକୁ ନେଇ ପ୍ରତି ୱାର୍ଡ଼ ରେ ରାଜରାସ୍ତାକୁ ଓହ୍ଲେଇବ ଓ ଆଗାମୀ ଦିନରେ ଏକାମ୍ର ନିର୍ବାଚନ ମଣ୍ଡଳୀର ସମସ୍ତ ଇଲେକ୍ଟ୍ରି ଅଫିସ୍ ଆଗରେ ଏହି ଆନ୍ଦୋଳନ ଚାଲିବ ।ରାଜ୍ୟ ବାସୀଙ୍କୁ ଠକିବା ଆଉ ଚଳିବ ନାହିଁ ଆର ଜବାବ ଆଗାମୀ ଦିନରେ ଜନସାଧରଣ ଦେବେ । ଶକ୍ତି ମନ୍ତ୍ରୀ ଙ୍କ କଥା ଓ କାମରେ ଶକ୍ତି ନାହିଁ ।  ଓଇଆରସି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯୋଉ ମଧୁଚନ୍ଦ୍ରିକା ଅଛି ତାର ପର୍ଦ୍ଧାଫାଶ କରିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ ବୋଲି ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭପତି ବାବୁ ସିଂ ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି  ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଉର୍ଦ୍ଧ୍ୱରେ ପହଞ୍ଚିଥିବା ବେଳେ ବାରମ୍ବାର ଓ ଅଘୋଷିତ ବିଜୁଳି କାଟ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜାରାଣୀ ମଣ୍ଡଳ ର ବରଗଡ, ବଡଗଡ ବ୍ରିଟ, ବ୍ରହ୍ମେଶ୍ୱର, ବିଜେବି ନଗର, ନାଗେଶ୍ୱର ଟାଙ୍ଗୀ ଓ ଚିନ୍ତାମଣିଶ୍ୱର୍ ଆଖ ପାଖ ଅଂଚଳରେ ଗତ କିଛି ଦିନ ହେବ ଘନଘନ ଅଘୋଷିତ ବିଜୁଳି କାଟ ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି । ରାଜ୍ୟର ଶକ୍ତି ମନ୍ତ୍ରୀ ବିଦ୍ୟୁତ୍ କାଟ ହେବ ନାହିଁ ଲୋକ ହଇରାଣ ହେବାକୁ ଦିଆଯିବ ନାହିଁ ବୋଲି କହିଥିଲେ । ତାର ପରଦିନ ଠାରୁ ପ୍ରତିଦିନ କ୍ରମାଗତ ଭାବରେ ଅଘୋଷିତ ବିଦ୍ୟୁତ୍ କାଟ ହେଉଛି କେଉଁଠି ଏକ ଘଂଟା ତ କେଉଁଠି ଅଧଘଂଟା ଯେଉଁ ଭଳି ଭାବରେ ରାଜ୍ୟ ସରକାର ଓଇଆରସି ସାଙ୍ଗରେ ମିଳିତ ଭାବରେ ଗୁପ୍ତ ବୁଝାମଣା କରି ସାଧାରଲୋକଙ୍କ ଉପରେ ନାହିଁ ନଥିବା ଅତ୍ୟାଚାର କରୁଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ କୋଡ଼ିଏ ହଜାର କୋଟି ଟଙ୍କା ଙଋଜଉ କୁ ଦେଇଥିଲେ ତାର ହିସାବ ମାଗିଲେ ଦେଇପାରୁ ନାହାନ୍ତି ।

ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେପି ନେତା ଅମରଜ୍ୟୋତି ଜଗଦ୍ଦେବ, ପ୍ରଭାତ ଦଳବେହେରା,ସିଦ୍ଧାର୍ଥ ଦାସ,ପ୍ରଶାନ୍ତ ନାୟକ, ଜ୍ୟୋତିରେଖା ନାୟକ, ବିନ୍ଦୁଲତା ବଳିୟାରସିଂ,ଗୀତାଞ୍ଜଳୀ ବେହେରା ସୋୟଂସେବକ ରାୟ,ତାପସ ଦଳାଇ, ମନୋଜ ପଶ୍ଚିମକବାଟ, ମୁରଲୀ ନାୟକ, ବିଶ୍ୱଜିତ୍ ଦାସ, କୁନ୍ତଳା ସାହୁ, ରାକେଶ ମହାନ୍ତି, ଅଭିଜିତ ରଞ୍ଜନ, ଗୟାଧର ରଥ, ନାରାୟଣ ବସ୍ତିଆ, ଅଜିତ୍ କାନୁନଗୋ, ଶୁଭମ୍ ମହାପାତ୍ର, କୁନାଲ ସିଂ ପ୍ରମୁଖ ଯୋଗୋଦେଇଥିଲେ ।

Leave a Reply

Your email address will not be published. Required fields are marked *