୩୦ ଫୁଟ୍ ତଳକୁ ଖସିଲା ବୋଲେରୋ : ୨ ଗୁରୁତର : ସିସିଟିଭିରେ ଦୁର୍ଘଟଣା ସମୟର ଦୃଶ୍ୟ କଏଦ୍

Spread the love

ପାରାଦୀପ : କଟକ-ପାରାଦୀପ ରାସ୍ତାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । କୁଜଙ୍ଗ ଥାନା ଅନ୍ତର୍ଗତ ସନ୍ତରାଗଗଡ଼ା ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକ ବୋଲେରୋଟି ପାରାଦୀପରୁ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ପ୍ରାୟ ୩୦ ଫୁଟ୍ ତଳକୁ ଖସିପଡିଛି । ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦ୍ଵୟଙ୍କୁ ପ୍ରଥମେ କୁଜଙ୍ଗ ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସିସିଟିଭିରେ ଦୁର୍ଘଟଣା ସମୟର ଦୃଶ୍ୟ କଏଦ୍ ହୋଇଛି । ଯାହା ଦେଖିଲେ ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ସ୍ପଷ୍ଟ ହେଉଛି । ଗତକାଲି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି ।

Leave a Reply

Your email address will not be published. Required fields are marked *