ରାଜ୍ୟ ଶିଶୁ ନୀତି ୨୦୨୨ ପ୍ରାରମ୍ଭକୁ କ୍ୟାବିନେଟ ମଞ୍ଜୁରୀ

Spread the love

ଭୁବନେଶ୍ବର: ରାଜ୍ୟ ଶିଶୁ ନୀତି ୨୦୨୨ ‘ପ୍ରାରମ୍ଭ’କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ରାଜ୍ୟ ଶିଶୁ ନୀତି ୨୦୨୨ ‘ପ୍ରାରମ୍ଭ’କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଶିଶୁଙ୍କର ବଞ୍ଚିବାର ଓ ସୁରକ୍ଷାକୁ ସୁରକ୍ଷା ଦେବ ଏହି ନୂଆ ଶିଶୁ ନୀତି। ରାଜ୍ୟ ଶିଶୁ ନୀତି ୨୦୨୨ ‘ପ୍ରାରମ୍ଭ’ରେ ଶିଶୁଙ୍କର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ, ଶିକ୍ଷା ଅଧିକାରକୁ ଗୁରୁତ୍ବ ଦିଆଯାଇଛି। ଶିଶୁଙ୍କ ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ବ ଦେବ ଏହି ନୂଆ ଶିଶୁ ନୀତି ‘ପ୍ରାରମ୍ଭ’। ବିଜ୍ଞପ୍ତିର ବର୍ଷକ ମଧ୍ୟରେ ଲାଗୁ ହେବ ରାଜ୍ୟ ଶିଶୁ ନୀତି ‘ପ୍ରାରମ୍ଭ’ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *