ଟ୍ରକ କୁ ପଛରୁ ଧକ୍କା ଦେଲା କାର, ଘଟଣାସ୍ଥଳରେ ୫ ମୃତ , ଦୁଇ ଗୁରୁତର

Spread the love

ବଲାଙ୍ଗିର : ସମ୍ବଲପୁର ଜାତୀୟ ରାଜପଥ ନମ୍ବର ୨୬ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଛୁଇବନ୍ଧ ସ୍ଥିତ ସୋନୁ ମୋଟର ସମ୍ମୁଖରେ ମର୍ମନ୍ତୁଦ କାର ଦୁର୍ଘଟଣାରେ ୫ଜଣଙ୍କ ଶୋଚନୀୟ ଭାବେ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ଦୁଇ ଗୁରୁତର ହୋଇ ଭୀମ ଭୋଇ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ପୁରୁଷ, ଜଣେ ମହିଳା ଓ ୨ ଜଣ ଶିଶୁ ରହିଛନ୍ତି । ସୂଚନା ଅନୁସାରେ, ବଲାଙ୍ଗିର ସହର ରାମଜୀ ପଡାର ଆତ୍ମଜ ନାଏକ (୨୬), ମା’ ଆରତୀ ନାଏକ, ତାଙ୍କ ଭଉଣୀ କନ୍ଧପାଲି ପଡ଼ାର ଇପ୍ସିତା ସାଏ (୨୪) ଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି, ଇପ୍ସିତାଙ୍କ ଝିଅ ରିଆ (୪), ସଦାଇପାଲିର ଆତ୍ମଜ ଙ୍କ ମାମୁଁ ଦିପ୍ତିରଞ୍ଜନ ସାଏ (୩୪), ତାଙ୍କ ପତ୍ନୀ ରଶ୍ମିତା ସାଏ, ଝିଅ ଶ୍ରୀନିକା ସିମନ୍ତିନି ସାଏ(୫) ସମୁଦାୟ ୭ଜଣ ଏକ ସ୍ୱିଫ୍ଟ ଡିଜାର କାର ନମ୍ବର ଓଡ଼ି ୩ ଜି ୫୬୦୦ ରେ ଆଗଲପୁର ବ୍ଲକ ଡୁଡୁକା ଗାଁରୁ ସମ୍ପର୍କୀୟଙ୍କ ବିବାହରେ ଯୋଗଦେଇ ବଲାଙ୍ଗିର ଫେରୁଥିଲେ । ଗତକାଲି ମଙ୍ଗଳବାର ରାତି ପ୍ରାୟ ୧୧ଟା ୧୫ ରେ ଛୁଇବନ୍ଧ ନିକଟ ସୋନୁ ମୋଟର ସମ୍ମୁଖରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ ଏପି-୧୬ ଟିଇ-୭୧୧୮ କୁ କାର ପଛପଟୁ ଧକ୍କା ଦେଇଥିଲା । ଆଗରୁ ଆସୁଥିବା ଏକ ଅନ୍ୟ ଚାରି ଚକିଆ ଗାଡି ର ହାଲୋଜେନ୍ ଆଲୁଅରେ ଆଖି ଦେଖା ନଯିବାରୁ କଡରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ଥିବା କୁହାଯାଏ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଭୀମ ଭୋଇ ଡାକ୍ତରଖାନାରେ ଭର୍ତି କରିଥିଲେ । ଡାକ୍ତର ଆତ୍ମଜ, ଇପ୍ସିତା, ଶ୍ରୀନିକା ସିମନ୍ତିନି, ଦିପ୍ତିରଞ୍ଜନ ଓ ରୀଆଙ୍କୁ ମୃତ ଘୋଷଣା କରିଛନ୍ତି । ୨ ଆହତଙ୍କ ଅବସ୍ଥା ଅତି ଗୁରୁତର ରହିଛି ସେମାନଂକୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଏଠାରେ ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁଲିସ ଡାକ୍ତର ଖନା ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ମାନଙ୍କ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ବଲାଙ୍ଗିର ରେ ଜାତୀୟ ରାଜପଥ ଯାଇଥିଲେ ମଧ୍ୟ ସହର ମଧ୍ୟରେ ଭାରି ଯାନ ଗୁଡିକ ବାରମ୍ବାର ଦୁର୍ଘଟଣା ଘଟାଇ ଧନ ଜୀବନ ହତା ହତ ଯୋଗୁଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସକାଳ ୬ ଘଣ୍ଟା ରୁ ରାତି ୧୨ ଟା ପର୍ଯ୍ୟନ୍ତ ଭାରି ଯାନ ଗୁଡିକ ସହର ବାହରେ ରଖି ଦିଆଯାଉଥିବା ଯୋଗୁଁ ସହର ବାହାରେ ଲମ୍ବା କରି ମାଇଲ ମାଇଲ ଗାଡି ଗୁଡିକ ରାସ୍ତା କଡରେ ଅପେକ୍ଷା କରି ରହିଥାଏ ଫଳାରେ ଅନେକ ସମୟରେ ଦୁର୍ଘଟଣା ଘଟି ଅନେକ ମୃତାହତ ଘଟିଥିବା ନଜିର ରହିଛି । ଗତ ରାତିରେ ଘଟିଥିବା ଏହି ଦୁର୍ଘଟଣା ମଧ୍ୟରୁ ସେଭଳି ଦୁର୍ଘଟଣା ମଧ୍ୟରୁ ଗୋଟିଏ ହେଉଛି ।

Leave a Reply

Your email address will not be published. Required fields are marked *