ବାହାନଗା ଟ୍ରେନ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ

Spread the love

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ହେବ । ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯାଇଛି । କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଦାୟୀ ତାହାର ତଦନ୍ତ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ରେଳମନ୍ତ୍ରୀ କହିଛନ୍ତି, ଯେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହାର ବିଭାଗୀୟ ତଥ୍ୟ ମିଳିବା ପରେ ରେଲୱେ ବୋର୍ଡ ଏହାର ସିବିଆଇ ତଦନ୍ତ ସୁପାରିଶ କରିଛନ୍ତି । ତେଣୁ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯିବ ।

Leave a Reply

Your email address will not be published. Required fields are marked *