ବାହାନଗା ରେଳ ଦୁର୍ଘଟଣା ମାମଲାରେ ଚନ୍ଦକା ଥାନାରେ ସିବିଆଇ ଟିମ୍, ୩ ଅଭିଯୁକ୍ତଙ୍କୁ ଜେରା

Spread the love

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ବାହାନଗା ରେଳ ଦୁର୍ଘଟଣା ମାମଲାରେ ଭୁବନେଶ୍ୱର ଚନ୍ଦକା ଥାନାରେ ଆଜି ସିବିଆଇ ଟିମ୍ ପହଞ୍ଚିଥିବା ଜଣାଯାଇଛି । ୫ଜଣିଆ ଟିମ୍ ଗତକାଲି ଗିରଫ କରାଯାଇଥିବା ୩ ରେଳ ଅଧିକାରୀଙ୍କୁ ପଚରାଉଚରା କରିବ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କାର୍ଯ୍ୟରେ ଅବହେଳା ଓ ଦୁର୍ଘଟଣାର କାରଣ ଲୁଚାଇଥିବାରୁ ସିବିଆଇ ଗତକାଲି ଏହି ମାମଲାରେ ଏହି ତିନି ଜଣ ବୈଷୟିକ ଅଧିକାରୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ସିଗନାଲ୍ ବିଭାଗର ବରିଷ୍ଠ ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ଓ ଟେକ୍ନିସିଆନ୍ ପପୁ କୁମାର। ଧାରା ୩୦୪ (ହତ୍ୟା ଉଦ୍ଦେଶ୍ୟ ନୁହେଁ, କିନ୍ତୁ ମୃତ୍ୟୁ ପାଇଁ ଦାୟୀ) ଓ ୨୦୧ (ପ୍ରମାଣ ନଷ୍ଟ) ସିଆର୍ପିସିରେ ସିବିଆଇ ଏହି ୩ ଜଣ ଅଧିକାରୀଙ୍କୁ ଗିରଫ କରାଯାଇଥିବା ନେଇ ସିବିଆଇ ପକ୍ଷରୁ ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *