ଜମୁଛି ଚଇତି ପରବ

Spread the love

ଗୁଣୁପୁର: ରାୟଗଡା ଜିଲ୍ଲାର ଲୋକ ମୋହତ୍ସବ ଚଇତି ପରବ ୨୦୨୨ କୁ ନେଇ ଜିଲ୍ଲାରେ ବିଭିନ୍ନ ବ୍ଲକରେ ବ୍ଲକ ସ୍ତରୀୟ ଚଇତି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ପଦ୍ମପୁର ବ୍ଲକରେ ବଡ ଧୁମଧାମରେ ଆୟୋଜନ କରାଯାଇଛି । ଗତ ଦୁଇ ବର୍ଷ ହେଲା କୋଭିଡ କଟକଣା ଲାଗି ବନ୍ଦ ରହିଥିଲା ଏହି ପରବ ଚଇତି। କଟକଣା ହଟିବା ପରେ ଜିଲ୍ଲା ସଂସ୍କୃତି ବିଭାଗର ନିର୍ଦ୍ଦେଶ ପରେ ଏବେ ପ୍ରତି ବ୍ଲକରେ ଆୟୋଜନ ହେଉଛି ଚଇତି ପରବ। ଆଦିବାସୀଙ୍କ ଲୋକ କଳା, ସଂସ୍କୃତି ଓ ପରମ୍ଫରାକୁ କିଭଳି ବିଶ୍ବ ଦରବାରରେ ପହଞ୍ଚିବ ତାର ଲକ୍ଷ୍ୟ ବୋଲି କୁହାଯାଇଛି।

ବାଜୁଛି ଆଦିବାସୀଙ୍କ ପାରମ୍ପରିକ ଢାମ୍ପ ବାଦ୍ୟ। ବାଦ୍ୟର ତାଳେ ତାଳେ ନାଚୁଛନ୍ତି ସଭିଏଁ । ଏ ଦୃଶ୍ୟ ହେଉଛି ପଦ୍ମପୁର ବ୍ଲକର ଚଇତି ପରବର ଦୃଶ୍ୟ। ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ମୀନାଝୋଲାର ତ୍ରିବେଣୀ ସଙ୍ଗମ ଠାରେ ବିଗୁଲ ବାଜିବା ପରେ ଆରମ୍ଭ ହୋଇଛି ଚଇତି ପରବ। ସ୍ଥାନୀୟ ଖମାପଦର ପୋଖରୀ ନିକଟରେ ପୂଜାର୍ଚ୍ଚନା ସହ ଗଙ୍ଗା ଆହ୍ଵାନ ହେବା ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଚଇତି ମଣ୍ଡପକୁ ପହଞ୍ଚିଥିଲା । ବିଡିଓଙ୍କ ଅଧ୍ୟକ୍ଷତାରେ ଗୁଣପୁର ବିଧାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂଜାର୍ଚନା କରିଥିଲେ। ପରେ ଏକ ବିରାଟ ପଟୁଆରେ ବାହାରି ଚଇତି ମଣ୍ଡପ ପର୍ଯ୍ୟନ୍ତ ଆସିଥିଲା ଦଳ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ବାଜା ଘୁମୁରା,ଡାମ୍ଫ,ଡେମସା,ସଂକିର୍ତ୍ତନ ଦଳ ମାନେ ଯୋଗଦେଇ ସହର ପରିକ୍ରମା କରିଥିଲେ। ଏଥିରେ ବ୍ଲକ ପ୍ରଶାସନ ସହ  ଗୁଣପୁର ବିଧାୟକ ଏବଂ ବିଭିନ୍ନ ସଂଙ୍ଗଠନ ମାନେ ଯୋଗଦେଇ ଆଦିବାସିଙ୍କ ପାରମ୍ପରିକ ନୃତ୍ୟରେ କରିବା ସହ କଳସ ଯାତ୍ରାରେ ମଣ୍ଡପରେ ପହଞ୍ଚିଥିଲେ। ଏହା ପୁର୍ବରୁ ଦୁଇଦିନ ଧରି ବିଭିନ୍ନ ପ୍ରକାର ଖେଳକୁଦ,ପିଲାଙ୍କ ଡିବେଟ,ବରିଷ୍ଠନାଗରିକଙ୍କ ସ୍ବସ୍ଥ୍ୟ ପରୀକ୍ଷା ସହ ମହିଳାଙ୍କ ଝୋଟି ପ୍ରତିଯୋଗିତା ହେବା ସହ ସାହିତ୍ୟ ଚର୍ଚ୍ଚା ମଧ୍ୟ ହୋଇଥିଲା।

ଲୋକ କଳା ସଂସ୍କୃତିର ଏହି ମହାନ ପର୍ବକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ସନ୍ଧ୍ୟାରେ ମେଗା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଡିଓ ରିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଂସ୍କତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ସାଂସଦ, ଗୁଣପୁର ବିଧାୟକ, ରାଜ୍ୟ ବିଜୁ ସ୍ଵାସ୍ଥ୍ୟବିଭାଗର ଉପଦେଷ୍ଟା ଉପସ୍ଥିତ ରହି ଆଦିବାସୀଙ୍କ ଏହି ମହାନ ପରବ ହେଉଛି ଚଇତି ପରବ ଏକ ପ୍ରୟାସ ବୋଲି କହିଥିଲେ। ପରେ ବିଭିନ୍ନ ସ୍କୁଲ ପିଲା ମାନେ ନୃତ୍ୟ ପରିବେଷଣ କରିଥିଲେ। ଭିଡ଼କୁ ଦୃଷ୍ଟରେ ରଖି ସୁରକ୍ଷାକୁ କଡାକଡି କରାଯାଇଛି ।

ରବୀନ୍ଦ୍ରନାଥ ମହାପାତ୍ର

Leave a Reply

Your email address will not be published. Required fields are marked *