ଭୁବନେଶ୍ୱର : ଚଳିତ ମାସ ଠାରୁ ଜୁନ୍ ମାସ ଆହୁରି ତତାଇବ । ଆଗାମୀ ଜୁନ ମାସରେ ନିଅଂଟିଆ ବର୍ଷା ସମ୍ଭାବନା ରହିଛି । ଏହାସହ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ହେବାର ସମ୍ଭାବନା ଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।
ପାଣିପାଗ ବିଭାଗର ମୌସୁମୀ ଆକଳନ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାର ଦ୍ୱିତୀୟ -ସ୍ତର ଦୀର୍ଘ ଅବଧି ଆକଳନ ଅନୁଯାୟୀ ଚଳିତ ବର୍ଷ, ୨୦୨୩ ମୌସୁମୀ ଋତୁରେ ଜୁନ ରୁ ସେପ୍ଟମ୍ବର ମାସ ମଧ୍ୟରେ ଚଳିତ ବର୍ଷ ଦେଶରେ ସ୍ୱାଭାବିକ ବର୍ଷା ସମ୍ଭାବନା ରହିଛି । ତେବେ ଜୁନ ମାସରେ ନିଅଂଟିଆ ବର୍ଷା ହୋଇପାରେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now