ପୁଣି ସରକାରୀ ସ୍ତରରେ ନୂତନ ପରିବର୍ତ୍ତନ। ବଦଳିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନସ୍ଥ ନର୍ସଙ୍କ ଡ୍ରେସ କୋଡ୍। ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ। ଏବଂ ସେଥିରେ ରହିବ ସମ୍ବଲପୁରୀର ଛିଟ। ଏଣିକି ସେବା କ୍ଷେତ୍ରରେ ବି ଦେଖିବାକୁ ମିଳିବ ଓଡିଆ ଅସ୍ପିତାର ଝଲକ । ଲାଭେଣ୍ଡର୍ ବା ହାଲୁକା ଗୋଲାପୀ ରଙ୍ଗର ଡ୍ରେସ୍ ପିନ୍ଧିବେ ନର୍ସ ମାନେ। ନର୍ସ ମାନେ ଉଭୟ ଗୋଲାପୀ ରଙ୍ଗର ପ୍ୟାଣ୍ଟ୍ ସର୍ଟ ପିନ୍ଧିବେ। ଆସିଷ୍ଟାଣ୍ଟ୍ ନର୍ସିଂ ସୁପରିଟେଣ୍ଡଣ୍ଟ୍ ମାନେ ସାୟନ୍ ବ୍ଲୁ ଅର୍ଥାତ ଲାଇଟ୍ ନୀଲ ରଙ୍ଗର ଡ୍ରେସ୍ ପିନ୍ଧିବେ। ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ଧଳା ଶାଢ଼ୀ ଓ ଡ୍ରେସ୍ ପିନ୍ଧିବେ। ସେଥିରେ ଥିବା ଆର୍ପନ୍ ରେ ସମ୍ବଲପୁରୀ ଛିଟ୍ ରହିବ।
ସେହିପରି ପୁରୁଷ ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଧଳା ଜ୍ୟାକେଟ୍ ରହିବ ସମ୍ବଲପୁରୀ ଛିଟ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ପୂର୍ବରୁ ନର୍ସିଂ ସଂଘ ଦାବି କରିଆସୁଥିବାବେଳେ ଏବେ ଏହି ଦାବି ଏବେ ପୂରଣ ହୋଇଛି। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ମଧ୍ୟ ସହମତି ପ୍ରଦାନ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now