ମାର୍ଚ୍ଚରୁ ଆରମ୍ଭ ହେବ ପେଟାନାଳ ପୁନଃରୁଦ୍ଧାର କାମ

Spread the love

କଟକ: ମାର୍ଚ୍ଚରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ପେଟାନାଳର ପୁନଃରୁଦ୍ଧାର କାମ। କଟକ ସିଡିଏ-ବିଡାନାସୀବାସୀଙ୍କ ଦୀର୍ଘଦିନର ଦୁଃଖ ହେବ ଦୂର। 36 କୋଟି ଟଙ୍କା ବ୍ୟୟରେ ପଙ୍କ ଉଦ୍ଧାର,ସୌନ୍ଦରକରଣ ସହ ନାଳ ଉପରେ ନିର୍ମାଣ ହେବ ବ୍ରିଜ। ଯାହା ଦେଢ଼ ବର୍ଷ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ମେୟର ଓ କମିଶନର।

ଦୀର୍ଘବର୍ଷ ପ୍ରତୀକ୍ଷାର ହେବ ଅନ୍ତ। ମାର୍ଚ୍ଚରୁ ଆରମ୍ଭ ହେବ ସିଡିଏ ପେଟାନାଳ କାମ। ପୁନରୁଦ୍ଧାର ସହ ହେବ ସୌନ୍ଦର୍ଯ୍ୟକରଣ କାମ। ନାଳ ର ଉଭୟ ପଟରେ ରହିବ ପାର୍କ ଓ ଉଜ୍ଜଳ ଅଲୋକୀକରଣ ମଧ୍ୟ କରାଯିବ।ଏଥିପାଇଁ 36 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।ସିଡିଏ ସେକ୍ଟର 10ରୁ ଅଶ୍ୱିନୀ ହସ୍ପିଟାଲ ପର୍ଯ୍ୟନ୍ତ ଲମ୍ବିଥିବା ଏହି ନାଳର ପୁନରୁଦ୍ଧାର କାମ ମାର୍ଚ୍ଚ ମାସ 1 ତାରିଖରୁ ଆରମ୍ଭ ହେବ। କାମ ଆରମ୍ଭ ହୋଇ ଦେଢ଼ ବର୍ଷ ଭିତରେ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ସିଏମସି ମେୟର।

ସିଡିଏ-ବିଡାନାସୀ ଅଞ୍ଚଳବାସୀଙ୍କ ପାଇଁ ପେଟାନାଳ ଅନେକ ଗୁରୁତ୍ୱ ବହନ କରୁଥିବା ବେଳେ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ନେଇ ଦୀର୍ଘବର୍ଷ ଅତିକ୍ରମ କଲାଣି।ଏଥିପାଇଁ ଅନେକ ପ୍ରତିବାଦ ମଧ୍ୟ ଦେଖିବାକୁ ମିଳିଥିଲା। ପେଟନାଲର ପଙ୍କ ଭିତରେ ପଶି ପ୍ରତିବାଦ କରିଥିଲେ ବିଧାୟକ  ମୋକିମ। ଏପରିକି ହାଇକୋର୍ଟ ରେ ବି ଏ ନେଇ ମାମଲା ହୋଇଛି।ଏବେ ପ୍ରକଳ୍ପ କାମ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି କହିଛନ୍ତି କମିଶନର।ପ୍ରଥମ ପର୍ଯ୍ୟାୟରେ ୱାଟକୋ ପକ୍ଷରୁ ପେଟାନାଳକୁ ଛଡା ଯାଉଥିବା ନର୍ଦମା ପାଣି ଓ ବର୍ଜ୍ୟଜଳକୁ ବନ୍ଦ କରାଯାଇଛି।ଏହାକୁ ସିଧାସଳଖ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କୁ ଛଡ଼ାଯିବ।ପରେ ଏଠାରୁ ପଙ୍କଉଦ୍ଧାର କରାଯାଇ ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ।

ଅନେକ ବାଦ ପ୍ରତିବାଦ ପରେ ପେଟାନାଳ ର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ ,କେବେ ସିଡିଏବାସୀଙ୍କ ଦୁଃଖ ଦୂର ହେବ ଆଉ ଏହାର ସ୍ଥାୟୀ ସମାଧାନ ହେବ ତାହାକୁ ଅଞ୍ଚଳବାସୀଙ୍କ ଅପେକ୍ଷା।

ଦୀପ୍ତିରଞ୍ଜନ ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *