ସିଆରପିଏଫ ସ୍ଥାପନା ଦିବସରେ ଜବାନ ମାନଙ୍କ ପ୍ରତିବଦ୍ଧତାକୁ ପ୍ରଣାମ କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ବା ସିଆରପିଏଫର ସ୍ଥାପନା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜବାନ ମାନଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ସିଆରପିଏଫର ସ୍ଥାପନା ଦିବସରେ ନିସ୍ୱାର୍ଥପର ଭାବେ ଦେଶ ପାଇଁ ସେବା କରୁଥିବା ସିଆରପିଏଫର ଜବାନ ମାନଙ୍କର ସାହସ ଓ ପ୍ରତିବଦ୍ଧତାକୁ ପ୍ରଣାମ ଜଣାଉଛି ।

ସିଆରପିଏଫର ବୀର ଜବାନ ମାନେ ପ୍ରତିକୂଳ ସମୟରେ ଦେଶକୁ ସୁରକ୍ଷିତ ରଖିବା ପାଇଁ ତଥା ଦେଶର ସ୍ୱାର୍ଥର କରକ୍ଷା ପାଇଁ ସାହସିକତା ଜାତୀୟ ସ୍ୱାର୍ଥର ସୁରକ୍ଷା ତଥା କଠିନ ସମୟରେ ଦେଶକୁ ସୁରକ୍ଷିତ ରଖିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ଦେଇ କାର୍ଯ୍ୟ କରିଥାନ୍ତି ।

Leave a Reply

Your email address will not be published. Required fields are marked *