କଟକ , ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ଅଗ୍ନିସୁରକ୍ଷା ପାଇଁ ୪୫ ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍. କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ମଞ୍ଜୁରୀ ଲାଭ କରିଥିବା ଅଗ୍ନିଶମ ବିଭାଗର ଏହି ନୂତନ ପଦବୀଗୁଡିକ ହେଲା – ତିନି ଗୋଟି ଷ୍ଟେସନ୍ ଅଫିସର, ଚାରିଗୋଟି ଲିଡିଂ ଫାୟାରମ୍ୟାନ୍ , ତିନି ଗୋଟି ହାବିଲଦାର, ତିନି ଗୋଟି ଫାୟାରମ୍ୟାନ୍ ଡ୍ରାଇଭର ଏବଂ ୩୦ଟି ଫାୟାରମ୍ୟାନ୍ ପଦବୀ । ଏହି ନୂତନ ପଦବୀ ସୃଷ୍ଟି ଦ୍ୱାରା ଉପରୋକ୍ତ ତିନୋଟି ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ନିରନ୍ତା ଅଧିକ ସୁଦୃଢ ହୋଇପାରିବ ।

Leave a Reply

Your email address will not be published. Required fields are marked *