ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ କାଟ୍ ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତ କାଟକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସୋମବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଉକ୍ତ ବୈଠକରେ ବିଦ୍ୟୁତ ଯୋଗାଣ ସମସ୍ୟା ନେଇ ଆଲୋଚନା ହୋଇଥିଲା । ବିଶେଷ କରି କାଳବୈଶାଖୀ ପରେ ପୁନରୁଦ୍ଧାର କାର୍ଯ୍ୟ କିପରି ଶୀଘ୍ର ହୋଇ ପାରିବ ଏବଂ ଯେଉଁଠି ବିଦ୍ୟୁତ ସମସ୍ୟା ହେଉଛି ତାକୁ ତୁରନ୍ତ ସମାଧାନ କରିବା ପାଇଁ ବିଦ୍ୟୁତ ବିତରଣ କମ୍ପାନିମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି ।
ଏହି ବୈଠକରେ ମୁଖ୍ୟ ସଚିବ କେଂଟ୍ରାଲ ରୁମକୁ ଗୁରୁତ୍ୱ ଦେଇ ବିଦ୍ୟୁତ ଯୋଗାଇବା ଲାଗି କହିଛନ୍ତି । ବିଦ୍ୟୁତ କାଟ ସମସ୍ୟାକୁ ଦୂର କରିବା ତତ୍କାଳ ପଦକ୍ଷେପ ନେବାକୁ ଶକ୍ତି ବିଭାଗ ଓ ବିତରଣ କମ୍ପାନିଙ୍କୁ କହିଛନ୍ତି । ଉଭୟଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଦ୍ୟୁତ୍ ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି । ସବଷ୍ଟେସନ ଓ ଷ୍ଟେସନ ସହ ଯୋଗାଯୋଗ କରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ସବଷ୍ଟେସନଗୁଡ଼ିକୁ ଆସୁଥିବା ଗ୍ରାହକଙ୍କ କଲ ରିସିଭ କରିବା ଲାଗି ମଧ୍ୟ ତାଗିଦ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now