ନବଜାତ ମୃତ୍ୟୁର ତଦନ୍ତ କରିବ ବିଶେଷଜ୍ଞ ଦଳ

Spread the love

ଜୟପୁର: ବୋରିଗୁମ୍ମା ବ୍ଲକରେ ନବଜାତ ଶିଶୁ ମୃତ୍ୟୁ ମାମଲା। ତଦନ୍ତ ପାଇଁ ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚିଲା ଜିଲା ସ୍ୱାସ୍ଥ୍ୟ ବିଭାଗ ର ଟିମ। ଟିମ ରେ ଏପି ଡେମିଓ ଲୋଜିଷ୍ଟି ସୁନିତା ଜେନା,CDMO ଦାଇତ୍ୱରେ ଥିବା ଡାକ୍ତର ପ୍ରଶାନ୍ତ କୁମାର ସାମଲ, DHHର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୁର୍ଗାପ୍ରସାଦ ପତ୍ର ରହିଛନ୍ତୁ।ବୋରିଗୁମ୍ମା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ପହଞ୍ଚିଛି ଏହି ଟିମ।ଗତ ୧୦ ଦିନ ମଧ୍ୟରେ ନବଜାର ଶିଶୁ ମୃତ୍ୟୁ ର ସମସ୍ତ ରିପୋର୍ଟ କୁ ଖୋଲା ତାଳ ଆରମ୍ଭ କରିଛି। ବିରିଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ ହରପ୍ରସାଦ ପାଣିଗ୍ରାହୀଙ୍କ ସହ ଆଲୋଚନା କରି ସମସ୍ତ ଗାଁ କୁ ଯାଇ ତଦନ୍ତ ଆରମ୍ଭ କରିଛି।

ବୋରିଗୁମା ବ୍ଲକରେ ଥମୁନି ନବଜାତ ଶିଶୁ ମୃତ୍ୟୁ ହାର। ଗତ ଡିସେମ୍ବର ମାସ ଦୁଇ ତାରିଖ ଠାରୁ ବ୍ଲକରେ ଆରମ୍ଭ ହୋଇଛି ଶିଶୁ ମୃତ୍ୟୁ ସଂଖ୍ୟା ଏବେ ବୃଦ୍ଧି ହେବାରେ ଲାଗିଛି। ପନ୍ଦର ଦିନ ମଧ୍ୟରେ ୧୦ ଶିଶୁ ମୃତ। କାହାର ଡେଲିଭରୀ ପରେ, କିଏ ଛୁଆ ଜନ୍ମହେବାର ୫ରୁ ୧୦ଦିନ ଭିତରେ ଏସବୁ ଘଟଣା ଘଟୁଛି। ରାଜ୍ୟର ସବୁଠାରୁ ବଡ ବ୍ଲକ କୁହାଯାଉଥିବା ଏହି ଅଂଚଳ ରେ ଶିଶୁ  ମୃତ୍ୟୁ କାହିଁକି ହେଉଛି ତାହାର କାରଣ କାହା ପାଖେ ନାହିଁ। ଆଜି କୋରାପୁଟ ରୁ ୪ଜଣିଆ ଡାକ୍ତରୀ ଦଳ ବୋରିଗୁମ୍ମା ପହଞ୍ଚି  ମୃତ ପରିବାର ନିକଟରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି। ଘଟଣାର ତଦନ୍ତ କରି ପ୍ରକୃତ କାରଣ ଖୋଜିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଚଳିତ ମାସ ୨ତାରିଖ ଠାରୁ  ବ୍ଲକ ର ନୂଆଗୁଡାରୁ ୩ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଖବର ସମ୍ନାକୁ ଆସିଥିଲା । ପରେ ବୋରିଗୁମ୍ମା ବଙ୍କା ସାହିରୁ ଜଣେ, ସଶାହାଣ୍ଡିରୁ ଦୁଇଜଣ ଶିଶୁ ,ନାରୀଗାଁ ରୁ ଜଣେ, ବାଲିଗୁଡା ରୁ ଜଣେ,ଅଂଚଳା ରୁ ଜଣେ ଏବଂ ପାଟିଆ ସିଲରୁ ଶିଶୁଙ୍କ ମୃତ୍ୟୁ ହୋଇଛି। ଏସବୁ ଶିଶୁଙ୍କ ମୃତ୍ୟୁ ର ପ୍ରକୃତ କାରଣ କାହା ପାଖରେ ନାହିଁ। ସ୍ୱାସ୍ଥ୍ୟ ବିଭାଗ ର ଅବହେଳା ନା ସଚେତନର ଅଭାବ  ।  ଅନ୍ୟପଟେ ତଦନ୍ତ କରୁଥିବା ଡାକ୍ତରୀ ଟିମଙ୍କ କହିବା ଅନୁଯାୟୀ ସମସ୍ତ ତଥ୍ୟ ଯାଞ୍ଚ କରାଯାଉଛି। ଗାଁ ର ଜଳ ର ନମୁନା ସଂଗ୍ରହ କରାଯାଇ ଲେବକୁ ପରୀକ୍ଷା ପାଇଁ ପଠାଯାଇଛି। ଶିଶୁ ମୃତ୍ୟୁର କାରଣ ଖୋଜି ଉଚିତ ପଦକ୍ଷେପ ନିଆଯିବ କହିଛି ଟିମ୍‌ ।

ବୋରିଗୁମ୍ମା ବ୍ଲକରେ ଥମୁନି ଶିଶୁ ମୃତ୍ୟୁ ହାର। ୧୬ଦିନ ମଧ୍ୟରେ ୧୦ଜଣ  ଶିଶୁ ଙ୍କ ଜୀବନ ନେଇଛି।ଏପଯ୍ୟନ୍ତ ଶିଶୁ ମୃତ୍ୟୁ ର କାରଣ ଖୋଜି ନପାରି ଅନ୍ଧାର ଘରେ ବାଡ଼ି ବୁଲାଉଛି ସ୍ୱାସ୍ଥ୍ୟ ବିଭାଗ । ଏ ସମୟ ରେ ଆଶା କର୍ମୀ ଙ୍କ ଆନ୍ଦୋଳନ ସ୍ୱାସ୍ଥ୍ୟ ବିଭାଗ ର ଚିନ୍ତା ଦୁଇଗୁଣିତ କରିଛି।

ରଞ୍ଜନ କୁମାର ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *