ଯୁବ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଖଣ୍ଡଗିରି ଓ ଉଦୟଗିରିରେ ପ୍ଲାଷ୍ଟିକ ବର୍ଜ୍ୟର ସଫେଇ

Spread the love

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଂଟର (ପିକକ୍) ଦ୍ୱାରା ଗଠନ କରାଯାଇଥିବା ଇକୋସେଭର୍ସ ଯୁବଗୋଷ୍ଟିର ସଦସ୍ୟ ସଦସ୍ୟା ମାନେ ଖଣ୍ଡଗିରି ଓ ଉଦୟଗିରି ଐତିହାସିକ ପୀଠସ୍ଥଳୀରେ ସକାଳେ ପ୍ଲାଷ୍ଟିକ, ପଲିଥିନ ବର୍ଜ୍ୟବସ୍ତୁ ଆଦିକୁ ସଫା କରିଥିଲେ ଓ ବିଶ୍ୱ ପରିବେଶ ଦିବସର ମହତ୍ୱ କୁ ଲୋକଙ୍କୁ ବୁଝାଇଥିଲେ । ଏହି ଉପଲକ୍ଷେ ଅପରାହ୍ନରେ ପିକକ୍ ଓ ଇକୋସେଭର୍ସ ଯୁବଗୋଷ୍ଟି ମାନଙ୍କ ଦ୍ୱାରା ଏକ ୱେବିନାରର ମଧ୍ୟ ଆୟୋଜନ କରଯାଇଥିଲା । ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଏହି ୱେବିନାରର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ, ପ୍ଲାଷ୍ଟିକ ବିଶ୍ୱ ପରିବେଶ ପାଇଁ ଏକ ବଡ ବିପଦ ରୂପେ ଉଭା ହେଇଛି । ଏହାକୁ ରୋକିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବିଶେଷକରି ଯୁବଗୋଷ୍ଠୀ ଏ ସମ୍ପର୍କରେ ସଚେତନ ହେବା ଉଚିତ ବୋଲି ସେ ନିଜର ମତ ରଖିଥିଲେ । ପିକକ୍ ର ଇକୋସେଭର୍ସ ଯୁବଗୋଷ୍ଟିର ରାଜ୍ୟସଭାପତି ସ୍ତୁତି ରଞ୍ଜନ ପ୍ରଧାନ ଏହି ୱେବିନାରରେ ସ୍ୱାଗତ ଭାଷଣ ଦେଇ ଏହି ସଭାର ପରିଚାଳନା କରିଥିଲେ । ବୈତରଣୀ ଇନିସିଏଟିଭର ପରିବେଶବିତ ଦୀପକ କୁମାର ମିଶ୍ର ପ୍ଲାଷ୍ଟିକର ବହୁଳ ବ୍ୟବହାର ଓ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ତଥା ଏହାକୁ ରୋକିବାର ଉପାୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ ପ୍ରଦୁଷଣ ବନ୍ଦ କରିବା ପାଇଁ ପିକକ୍ ପକ୍ଷରୁ ଶିଶୁ, ଯୁବଗୋଷ୍ଠି ଓ ମହିଳା ମାନଙ୍କ ଦ୍ୱାରା ସଭା, ଚିତ୍ରାଙ୍କନ, ବୃକ୍ଷରୋପଣ, ଆଦି କରାଯାଇ ସଚେତନତା ର ବାର୍ତା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *