ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଟେଲିଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ, ବର୍ତମାନର ସ୍ଥିତି ସମ୍ପର୍କରେ କଲେ ଅବଗତ

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତା ହୋଇଛନ୍ତି । ଏହି କଥାବାର୍ତା ବେଳେ ସେ ବର୍ତମାନ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯାତ୍ରୀମାନଙ୍କର ଜୀବନ ରକ୍ଷା କରିବା ଲାଗି ଯଥାସମ୍ଭବ ଉଦ୍ୟମ ଚାଲିଥିବା କଥା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି କଥାବାର୍ତାରେ ପ୍ରଧାନମନ୍ତ୍ରୀଙ୍କୁ ଦୁର୍ଘଟଣା ସଂକ୍ରାନ୍ତ ସଦ୍ୟତମ ସୂଚନା ପ୍ରଦାନ କରିବା ବେଳେ ଆହତ ରେଳଯାତ୍ରୀଙ୍କ ଚିକିତ୍ସା ଉପରେ ଗୁରୁତ୍ତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆହତମାନଙ୍କ ଜୀବନ ରକ୍ଷା କରିବା ଲାଗି ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି। ଆହତମାନଙ୍କୁ ରକ୍ତ ଦେବା ଲାଗି ଡାକ୍ତର, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଆଗେଇ ଆସୁଛନ୍ତି ।

ସେ କହିଛନ୍ତି ଯେ ‘ପ୍ରତ୍ୟେକ ଜୀବନ ଅମୂଲ୍ୟ’ ନୀତିକୁ ଅନୁସରଣ କରି ଉଦ୍ଧାର ଅଭିଯାନ ପ୍ରାରମ୍ଭରୁ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାକୁ ନେବା, ଚିକିତ୍ସା ବନ୍ଦୋବସ୍ତ କରି ଜୀବନ ରକ୍ଷା କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପ୍ରାୟ ୧୧୭୫ଜଣ ଆହତ ଯାତ୍ରୀଙ୍କ ମଧ୍ୟରୁ ୭୩୯ଜଣଙ୍କୁ ଡାକ୍ତରଖାନାରୁ ‘ଡିସ୍ଚାର୍ଜ’ କରାଯାଇଛି। ଅଧିକାଂଶ ଆହତଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ସମ୍ପ୍ରତି ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ୩୮୨ଜଣ ଯାତ୍ରୀ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *