ସଜେଇ ହୋଇଛି ଗୋପବନ୍ଧୁଙ୍କ ଜନ୍ମପୀଠ

Spread the love

ସତ୍ୟବାଦୀ:  ଆସନ୍ତା ୨୩ରେ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ରୂପାନ୍ତରିତ ହେବ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଭୂମି ସୁଆଣ୍ଡୋ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ସତ୍ୟବାଦୀ ବିଡ଼ିଓ, ତହସିଲଦାର ପହଁଞ୍ଚି ଘଟଣାସ୍ଥଳ ତଦାରଖ କରିଛନ୍ତି।  

ନୂଆ ରୂପରେ ସଜେଇ ହେଲାଣି ଗୋପବନ୍ଧୁଙ୍କ ଜନ୍ମପୀଠ। ଆସନ୍ତା ୨୩ରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ଫାଇଭ-ଟି ସଚିବ ପରିଦର୍ଶନ କରି  ଏହାର ପୁନଃବିକାଶ କାର୍ଯ୍ୟ ତଦାରଖ କରିଥିଲେ। ଉତ୍କଳମଣିଙ୍କ  ଗାଁ ଲୋକେଶ୍ୱର  ଶିବ  ମନ୍ଦିର ଜରାଜୀର୍ଣ୍ଣ  ଅବସ୍ଥାରେ ଥିବାବେଳେ ସୁଆଣ୍ଡୋବାସୀଙ୍କ  ଅନୁରୋଧ  କ୍ରମେ  ଏହାର ପୁନଃନିର୍ମାଣ  କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଉତ୍କଳମଣିଙ୍କ ଷଠୀଘର, ଢିଙ୍କିଶାଳ ଆଦିର ସଂରକ୍ଷଣ କାର୍ଯ୍ୟ ପରିଦର୍ଶନ କରି ଗାଁ ପୋଖରୀ ତଥା  ସଂଗ୍ରହାଳୟ  ବୁଲି ଦେଖି କାର୍ଯ୍ୟର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ ୫ଟି ସଚିବ ।ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ସ୍ଥାନୀୟ ବ୍ୟକ୍ତି ବିଶେଷ  ଯୋଗ ଦାନ କରି ଆଗାମୀ ଉଦଘାଟନ ସମ୍ପର୍କରେ ଆଲୋଚନା ଓ କ୍ଷେତ୍ର ପରିଦର୍ଶନ କରିଥିଲେ।

ସେବା ଓ ସଂଗ୍ରାମର ପ୍ରତୀକ ଉତ୍କଳମଣୀ ଦେଶ , ଜାତି ପାଇଁ ତାଙ୍କ ତ୍ୟାଗ ଆଜି ତାଙ୍କୁ ଅମର କରିରଖିଛି। ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଏବଂ ସୁଆଣ୍ଡୋର ବିକାଶ କାର୍ଯ୍ୟ  ପଣ୍ଡିତ ଗୋପବନ୍ଧୁଙ୍କ ପରିବାର ତଥା ସୁଆଣ୍ଡୋ ଜନସାଧାରଣଙ୍କ ସହଯୋଗରେ  ରାଜ୍ୟ  ସରକାରଙ୍କ  ପକ୍ଷରୁ କରାଯାଇଛି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । 

ସନ୍ତୋଷ କୁମାର ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *