କାଉନସିଲ ବୈଠକରେ ହଟ୍ଟଗୋଳ

କଟକ ମହାନଗର ନିଗମ କାଉନସିଲ ବୈଠକରେ ହଟ୍ଟଗୋଳ । ଏକାଧିକ ପ୍ରସଙ୍ଗକୁ ନେଇ ମେୟର ଓ କମିଶନର ଙ୍କୁ ଘେରିଥିଲେ କଂଗ୍ରସ ଓ ବିଜେପିର କର୍ପୋରେଟର।  ମଙ୍ଗଳବାର ବସିଥିଲା କଟକ ମହାନଗର ନିଗମର ୨୭ତମ କାଉନସିଲ ବୈଠକ। ଆରମ୍ଭରୁ ୱାର୍ଡର ବିଭିନ୍ନ ସମସ୍ୟାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି କର୍ପୋରେଟର ମାନେ ବିରୋଧ କରିଥିଲେ । ଗୃହରେ କୌଣସି ପ୍ରକାର ଆଲୋଚନା କରାନଯାଇ ପ୍ରସ୍ତାବ ଗୃହିତ ହୋଇଯାଇଛି । ସହରର ବଡ ଡ୍ରେନ ନିର୍ମାଣ, ଶହୀଦ ଭବନ ଏବଂ ସିଏମସି କଲ୍ୟାଣ ମଣ୍ଡପରେ ଚାଲିଥିବା ନବୀକରଣ କାର୍ଯ୍ୟ ଏବଂ ପେଟା ନାଳ ପୁନଃରୁଦ୍ଧାର, ମଶା ଦୌରାତ୍ମ୍ୟ, ଭେଣ୍ଡିଂ ଜୋନ କାର୍ଯ୍ୟକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ତେବେ ବିପର୍ଯ୍ୟସ୍ତ ପରିମଳ, ମଶା ଦୌରାତ୍ମ୍ୟ ବଢି ଚାଲିଥିବା ବେଳେ ୱାର୍ଡରେ ମଶା ତେଲ ପକାଯାଉ ନାହିଁ । ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦୁର୍ନୀତି ସମ୍ପର୍କରେ ଗୃହରେ ଆଲୋଚନା କଲେ ମଧ୍ୟ ତାଙ୍କୁ ଘଣ୍ଟ ଘୋଡାଯାଉଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ କର୍ପୋରେଟର । ଖାଲି ସେତିକି ନୁହେଁ ୫୮ନମ୍ବର ୱାର୍ଡରେ ବେଆଇନ ଭାବେ ବିନା ଅନୁମତି ରେ ଏକ ଚିଙ୍ଗୁଡ଼ି କାରଖାନା ଦୀର୍ଘ ବର୍ଷ ହେବ ଚାଲୁଥିବାରୁ ପରିବେଶ ପ୍ରଦୂଷଣ ହେଉଛି। ଏଥିପ୍ରତି ସିଏମସି କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ପୋରେଟର ଦାବି କରିଛନ୍ତି ।

ଅପରପଟେ ସିଏମସିର ରାଜସ୍ବ ବୃଦ୍ଧି କରାଇବା ଲାଗି ହୋଲଡିଂ ଟ୍ୟାକ୍ସ ସଠିକ ଭାବେ ଆଦାୟ ହେଉ ବୋଲି ପ୍ରାୟ ସବୁ ଦଳର କର୍ପୋରେଟର ଦାବି କରିଥିଲେ। କଟକ ମହାନଗର ନିଗମ ଦୁର୍ନୀତିର ଗନ୍ତାଘର ପାଲଟିଛି ବୋଲି ଆରୋପ ଲଦିଛନ୍ତି କର୍ପୋରେଟର । ତେବେ ସବୁ ସ୍ଥାନରୁ କିପରି ହୋଲଡିଂ ଟ୍ୟାକ୍ସ ଆଦାୟ ହୋଇପାରିବ ତା ଉପରେ ଗୁରୁତ୍ୱ ଦେଇଛନ୍ତି ମେୟର । ସେହିପରି କର୍ପୋରେଟରଙ୍କ ଅଭିଯୋଗରେ କୌଣସି ପ୍ରକାର ସତ୍ୟତା ନାହିଁ । ସବୁକିଛି ଆଇନ ଅନୁଯାୟୀ କରାଯାଇଛି ବୋଲି ସେ କହିଛନ୍ତି। ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ମହାନଗର ନିଗମ। ଯାହାକୁ ନେଇ ସବୁ ମହଲରେ ଭିନ୍ନ ମତ ପ୍ରକାଶ ପ୍ରକାଶ ପାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *