ବ୍ରହ୍ମପୁର ସିଟି ହସପିଟାଲରେ ଅବ୍ୟବସ୍ଥା, ବୟସ୍କ ରୋଗୀଙ୍କ ପାଇଁ ନାହିଁ ଶୌଚାଳୟ ସୁବିଧା

Spread the love

ଗଞ୍ଜାମ : ବ୍ରହ୍ମପୁର ସିଟି ହସପିଟାଲରେ ବରିଷ୍ଠ ନାଗରିକ ମାନଙ୍କୁ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବାକୁ ସ୍ୱତନ୍ତ୍ର ବିଭାଗ ଖୋଲାଯାଇଛି । ପ୍ରତ୍ୟେହ ଶତାଧିକ ବୟସ୍କ ରୋଗୀ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେଠାକୁ ଯାଇ ସକାଳୁ ସଂନ୍ଧ୍ୟା ଯାଏ ଅପେକ୍ଷା କରିବାକୁ ପଡିଥାଏ । କିନ୍ତୁ, ଏହି ବିଭାଗ ପରିସରରେ ଶୌଚାଳୟଟିଏ ନଥିବାରୁ ବୟସ୍କ ରୋଗୀ ଝାଡ଼ା ଓ ପରିସ୍ରା ପାଇଁ ନାହିଁନଥିବା ହଟହଟାର ସମ୍ମୁଖୀନ ହେବାସହ ଅନେକ ସମୟରେ ଲୁଗାପଟାରେ ଝାଡ଼ା ପରିସ୍ରା କରିପକାଉଛନ୍ତି । କେବଳ ଡାକ୍ତରମାନଙ୍କ ପାଇଁ ଏଠାରେ ଶୌଚାଳୟ ସୁବିଧା ରହିଛି । ତୁରନ୍ତ ବରିଷ୍ଠ ରୋଗୀଙ୍କ ପାଇଁ ଏହି ବିଭାଗରେ ଗୋଟିଏ ଶୌଚାଳୟ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *