ପିସି ମାଗିଥିବା ଯନ୍ତ୍ରୀଙ୍କୁ ପନିପରିବା ପ୍ୟାଂଟ୍, ସାର୍ଟ ଦେଲେ କଂଗ୍ରେସ ନେତା

Spread the love

ଭୁବନେଶ୍ୱର : ପିସି ମାଗିବା ଅଭିଯୋଗରେ ଯନ୍ତ୍ରୀଙ୍କ ଅଫିସରେ ପଶି ଅଭିନବ ପ୍ରତିବାଦ କରିଛି କଂଗ୍ରେସ । ପାଖରେ ଟଙ୍କା ନଥିବାରୁ ପନିପରିବା ପ୍ୟାଂଟ୍, ସାର୍ଟ ଦେଇ ରାସ୍ତା ନିର୍ମାଣ କରିବା ପାଇଁ ଅନୁରୋଧ କରିଛନ୍ତି କଂଗ୍ରେସ ନେତା । ଭୁବନେଶ୍ୱର ପ୍ରାଚୀବିହାର ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ହାଇଡ୍ରାମା ଦେଖିବାକୁ ମିଳିଛି । ଜଳସେଚନ ବିଭାଗର ଇଂଜିନିୟର ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ ଅଫିସରେ କଂଗ୍ରେସ କର୍ମୀ ଭାବେ ଏଭଳି ଅଭିନବ ପ୍ରତିବାଦ ଜଣାଇଥିଲେ ।

ସୂଚନା ଅନୁସାରେ, କଟକ ସଦର ଖଣ୍ଡାଇତା ଅଂଚଳର ରାସ୍ତା କାମ ଅଧାରେ ଅଟକିଥିଲା । ଏନେଇ ଅଭିଯୋଗ କରି କଂଗ୍ରେସ କର୍ମୀ ବାରମ୍ବାର ଭୁବନେଶ୍ୱର ପ୍ରାଚୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ିଥିଲେ । ୪୦୦ ମିଟର ରାସ୍ତା ନିର୍ମାଣ ପାଇଁ ଅନେକ ବର୍ଷ ଲାଗିଥିବା କହିଛି କଂଗ୍ରେସ । ତେବେ ରାସ୍ତା କାମ ପାଇଁ ଲାଂଚ ମଗାଯାଉଥିବା ଅଭିଯୋଗ କରି ଆଜି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ବ୍ରଜକିଶୋର ସାହୁ ଓ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ସମେତ ଅନେକ କର୍ମୀ ।

Leave a Reply

Your email address will not be published. Required fields are marked *