୪ ରାଜ୍ୟରେ ନୂଆ ସଭାପତିଙ୍କୁ ନିଯୁକ୍ତି ଦେଲା ବିଜେପି

Spread the love

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୪ ରାଜ୍ୟରେ ନୂଆ ସଭାପତି ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି (ବିଜେପି) । ପଞ୍ଜାବ,ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ଆନ୍ଧ୍ର ପ୍ରଦେଶରେ ନୂଆ ସଭାପତି ନିଯୁକ୍ତ କରିଛି ବିଜେପି ।

ପଞ୍ଜାବ ବିଜେପି ସଭାପତି ଭାବେ ସୁନୀଲ ଜାଖରଙ୍କୁ ନିଯୁକ୍ତି ମିଳିଛି । ସେହିପରି କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କୁ ତେଲେଙ୍ଗାନା ରାଜ୍ୟ ସଭାପତି ଭାବେ ନିଯୁକ୍ତି ମିଳିଛି । ବାବୁଲାଲ ମାରାଣ୍ଡିଙ୍କୁ ଝାଡ଼ଖଣ୍ଡ ବିଜେପିର ସଭାପତି କରାଯାଇଛି । ଓଡ଼ିଶା ବିଜେପିର ପ୍ରଭାରୀ ଥିବା ଡି. ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ର ପ୍ରଦେଶ ବିଜେପିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।

Leave a Reply

Your email address will not be published. Required fields are marked *