ବନକ ଲାଗି ନୀତିରେ ବାଧା ସୃଷ୍ଟି କରାଯିବାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

Spread the love

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକ ଲାଗି ନୀତି ରେ ବାଧା ସୃଷ୍ଟି କରାଯାଉଥିବାରୁ ଏହାକୁ ନେଇ କଂଗ୍ରେସ ବର୍ଷିଛି । କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଇଗୋ କ୍ଳାସ ଯୋଗୁଁ ନଖରେ ଛିଣ୍ଡିବା କାର୍ଯ୍ୟ କୁରାଢ଼ୀ ପର୍ଯ୍ୟନ୍ତ ଯାଉଛି ।

ଜ୍ଞାନେନ୍ଦ୍ର କହିଛନ୍ତି, ଯିଏ ମନ୍ଦିର ପ୍ରଶାସକ ରଞ୍ଜନ ଦାସ ଅଛନ୍ତି ସେ ଚାହିଁଲେ ବିବାଦରେ ପୂର୍ଣ୍ଣଛେଦ ପଡ଼ି ପାରନ୍ତା। କିନ୍ତୁ ସେ କରିଦେଲେ କାଳେ ମାଇଲେଜ ନେଇଯିବେ ସେଥି ପାଇଁ ଏ ବିବାଦ ବଢ଼ିବାରେ ଲାଗିଛି । ଗୁରୁବାର ମା ଲକ୍ଷ୍ମୀଙ୍କ ବାର ତେଣୁ ସେଦିନ ଦତ ମହାପାତ୍ର ସେବା କରିବାକୁ ଚାହୁଛନ୍ତି ତ କଣ ପାଇଁ ତାଙ୍କୁ ସହଯୋଗ କରାଯାଉ ନାହିଁ । ସେ କହିଛନ୍ତି ଯେ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରୁଛି ଏବଂ ଆଗକୁ ବି କରିବ। ଆଉ କାଳ ବିଳମ୍ବ ନକରି ନୀତି କରନ୍ତୁ ବୋଲି ସେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *