ବଲିଯାତ୍ରା ପ୍ଲଟ ନିଲାମରେ ଅନିୟମିତତାକୁ ନେଇ ବିବାଦ

Spread the love

କଟକ: ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ ବୁକିଂ ଶେଷ ହେବା ପରେ ଆଜି ଠାରୁ ଆରମ୍ଭ ହୋଇଛି ନିଲାମ ପ୍ରକ୍ରିୟା । ବାରବାଟୀ ପ୍ୟାଲେସ ସମେତ ମୋଟ ୬ଟି ସ୍ଥାନରେ ନିଲାମ ଚାଲିଥିବା ବେଳେ ଅନେକ ବ୍ୟବସାୟୀ ନିଲାମରେ ସାମିଲ ହୋଇ ପ୍ଲଟ ହାତେଇଛନ୍ତି । ତେବେ ପ୍ଲଟ ପାଇଁ ଧାର୍ଯ୍ୟ ଥିବା ବେଶ ପ୍ରାଇସ ଠାରୁ ଅଧିକ ଦର ପ୍ରଶାସନ ନେଉଥିବା ନଜରକୁ ଆସିଥିଲା । ଯାହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା ।

ବାଲିଯାତ୍ରା ପ୍ଲଟ ପାଇଁ ଚାଲିଛି ନିଲାମ । ଗୋଟିଏ ଗୋଟିଏ ପ୍ଲଟ ପାଇଁ ଏକାଧିକ ଆଶାୟୀ ଥିବା ଯୋଗୁଁ ବୋଲି ମଧ୍ୟ ଅଧିକ ହେଉଥିବା ଦେଖିବାକୁ ମିଳିଛି । ଆଉ ବେଶ ପ୍ରାଇସ ବର୍ଗ ଫୁଟକୁ ୫୦ ଟଙ୍କାରୁ ବଢି ୨୫୦ଟଙ୍କା ଏପରିକି ୩୫୦ଟଙ୍କା ପହଁଚିଛି । ସେପଟେ ପ୍ଲଟ ନିଲାମ ଆରମ୍ଭରୁ ଦେଖାଦେଇଛି ବିବାଦ। କିଛି ପ୍ଲଟ ପାଇଁ ସିଙ୍ଗଲ ବିଡ଼ର ଥିବା ବେଳେ ପ୍ରଶାସନ ମନ ଇଛା ଦର ଧାର୍ଯ୍ୟ କରି ଟଙ୍କା ନେଉଥିବାର ଅଭିଯୋଗ କରିଛନ୍ତି ବ୍ୟବସାୟୀ। ଯାହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପ୍ଲଟ ବର୍ଗଫୁଟ ପିଛା ବେସ ପ୍ରାଇସ ୫୦ ଟଙ୍କା ଥିବାବେଳେ ତାହାକୁ ବଢ଼ାଇ ୫୫ ଟଙ୍କା ଠାରୁ ୭୦ ଟଙ୍କା ପର୍ଯ୍ୟନ୍ତ ନେଉଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ପ୍ଲଟ ବିକ୍ରି ସ୍ଥାନରେ ଉତେଜନା ଦେଖାଦେଇଥିଲା। ନିଲାମ ପାଇଁ ସିଙ୍ଗଲ ବ୍ରିଡର ହୋଇ ମଧ୍ୟ ଅଧିକ ଦର ପ୍ରଶାସନ ନେବା ସହ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା ବୋଲି କହିଛନ୍ତି କ୍ଷୁଦ୍ର ବ୍ୟବସାୟୀ।

ଅପରପଟେ ନିଲାମ ପକ୍ରିୟାରେ ଅନିୟମିତତା ନେଇ ବ୍ୟବସାୟୀଙ୍କ ପକ୍ଷରୁ ବିରୋଧାଭାସ ଦେଖାଦେବା ପରେ ବିବାଦର ସମାଧାନ ହୋଇଥିଲା । କେବଳ ସିଙ୍ଗଲ ବିଡ଼ରଙ୍କ ଠାରୁ ନିଆଯାଇଥିବା ବର୍ଦ୍ଧିତ ଦର ଫେରସ୍ତ କରିଥିଲା ପ୍ରଶାସନ । ତେବେ ବର୍ଦ୍ଧିତ ଦର ସେମାନଙ୍କ ଠାରୁ କୌଣସି ଜୋର ଜବରଦସ୍ତ ନିଆଯାଇନଥିଲା । ଯେହେତୁ ସିଙ୍ଗିଲ ବ୍ରିଡ଼ର ଥିବା ଯୋଗୁଁ ବ୍ୟବସାୟୀ ନିଜ ଇଚ୍ଛାରେ ଅଧିକ ଦର ଦେଇଥିଲେ ବୋଲି ଯୁକ୍ତି ବାଢ଼ିଛନ୍ତି ଆଠଗଡ ଅତିରିକ୍ତ ଜିଲ୍ଲାପାଳ । ତେବେ ଆଜି ପ୍ରଥମ ଦିନରେ ସବୁ ସ୍ଥାନରେ ଠିକଠାକ ଚାଲିଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ବ୍ୟବସାୟୀଙ୍କୁ କୌଣସି ଜାଗାରେ ହାରାସ କରାଯାଉନାହିଁ । ବରଂ ବ୍ୟବସାୟୀ ମାନଙ୍କୁ ପ୍ରାଧାନ୍ୟ ଦିଆଯିବା ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି । ଯେହେତୁ ନିଲାମ ପକ୍ରିୟା ନୂଆ ତେଣୁ ବ୍ୟବସାୟୀଙ୍କ କ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି ହୋଇଛି ବୋଲି କହିଛନ୍ତି ଉପ ଜିଲ୍ଲାପାଳ । 

ତେବେ ଆଜିଠାରୁ ଆରମ୍ଭ ହୋଇଥିବା ନିଲାମ ପକ୍ରିୟା ଆସନ୍ତା 25ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଆରମ୍ଭ ହେବ ଷ୍ଟଲ କାମ ଆଉ ଚଳଚଞ୍ଚଳ ହେବ ବାଲିଯାତ୍ରାର ତଳ ଓ ଉପର ପଡିଆ । ଏଥର ଐତିହାସିକ ବାଲିଯାତ୍ରାକୁ ଭବ୍ୟ ଆକାରରେ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।

ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *