ସରକାରୀ ଅଧିକାରୀ ଓ ସ୍ୱଛାସେବୀ ସମନ୍ୱୟ ବୈଠକ ଅନୁଷ୍ଠିତ

Spread the love

ପୁରୀ : ପ୍ରାକୃତିକ ବିପର୍ଯ୍ୟୟ କୁ ରୋକାଯାଇ ନପାରେ କିନ୍ତୁ ପୂର୍ବ ପ୍ରସ୍ତୁତି ଦ୍ୱାରା ଏହା ଦ୍ୱାରା କ୍ଷତି କୁ ହ୍ରାସ କରାଯାଇ ପାରିବ । ଏଥିରେ ସ୍ୱଛାସେବୀମାନଙ୍କର ସହଯୋଗ ଗୁରତ୍ୱପୂର୍ଣ୍ଣ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ମତ ଦେଇଛନ୍ତି । ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ଜିଓ ଏନଜିଓ ବା ସରକାରୀ ଅଧିକାରୀ ଓ ସ୍ୱଛାସେବୀ ସଂଗଠନ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ମହାବାତ୍ୟା ପରେ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମଗ୍ର ବିଶ୍ୱ ରେ ଆଦୃତ ହୋଇଛି । ସେହି ମଡେଲ ଆଧାର ରେ ଯେପରି କ୍ଷୟକ୍ଷତିକୁ କମାଯାଇ ପାରିବ ଓ ପ୍ରତିଟି ମୂଲ୍ୟବାନ ଜୀବନକୁ ରକ୍ଷା କରାଯାଇ ପାରିବ ସେଥିପାଇଁ ପ୍ରତ୍ୟେକ ସ୍ତରରେ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ କେବଳ ସରକାର ବା ପ୍ରଶାସନ ବିପର୍ଯ୍ୟୟର ମୁକାବିଲା କରିବା ସମ୍ଭବ ନୁହେଁ । ଏଥିପାଇଁ ପ୍ରତ୍ୟେକ ସ୍ୱଛାସେବୀ ସଂଗଠନର ସହଯୋଗ ସହ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଶିକ୍ଷିତ କରାଇବାକୁ ସେ ମତ ଦେଇଥିଲେ । ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ସମସ୍ତଙ୍କୁ ସ୍ୱାଗତ ସହ ପୁରୀ ଜିଲ୍ଲାର ୧୧ବ୍ଲକ ୨୬୮ ପଂଚାୟତର ୧୭୩୭ ଗ୍ରାମ ମଧ୍ୟରୁ ୧୪୨ ପଂଚାୟତର ୬୪୦ ଗ୍ରାମ ବନ୍ୟା ପ୍ରଭାବିତ ହେବାର ସମ୍ଭାବନା ଅଛି ବୋଲି ସୂଚନା ଦେଇଥିଲେ । ସେହିପରି ୮୮ଟି ଗ୍ରାମ ଓ ପୁରୀ ପୌରାଂଚଳ ର ୨୨ଟି ୱ ।ର୍ଡ ସୁନାମୀ ପ୍ରଭାବର ସମ୍ଭାବନା ଅଛି । ୨୦୦ଆପଦ ମିତ୍ର ସ୍ୱଛାସେବୀ ରହିଥିବା ବେଳେ ୯ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଓ ୩୭୨ ଟି ବିକଳ୍ପ ଆଶ୍ରୟ ସ୍ଥଳର ବ୍ୟବସ୍ଥା ଅଛି ବୋଲି କହିଥିଲେ । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ସ୍ୱଛାସେବୀ ସଂଗଠନର କର୍ମକର୍ତା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *