କର୍ପୋରେସନର ବୈଠକ: ଆଗମୀ ବର୍ଷ ପାଇଁ ୬୯୦ କୋଟି ୨ ଲକ୍ଷ ଟଙ୍କାର ବଜେଟ

ଭୁବନେଶ୍ବର:  ହୋହଲ୍ଲା ଭିତରେ ପାରିତ ହୋଇଛି ବିଏମସିର ବାର୍ଷିକ ବଜେଟ । ଵିଏମସିର କର୍ପୋରେସନ ବୈଠକରେ ସମସ୍ତ କର୍ପୋରେଟରଙ୍କ ସହ ମେୟର, ଡେପୁଟି ମେୟର,  ବିଏମସି କମିସନର, ଡେପୁଟି କମିସନର ଯୋଗଦେଇଥିଲେ l ବୈଠକ ଆରମ୍ଭରୁ କର୍ପୋରେଟର ମାନଙ୍କ ଭିତରେ ହୋହଲ୍ଲା,ପାଟିତୁଣ୍ଡ, କଥା କଟାକଟି ଦେଖିବାକୁ ମିଳିଥିଲା । ହେଲେ ଏସବୁ ମଧ୍ୟରେ ପାରିତ ହୋଇଥିଲା ବିଏମସିର ବାର୍ଷିକ ବଜେଟ l

ପାରିତ ହୋଇଛିବିଏମସି କର୍ପୋରେସନର ବାର୍ଷିକ ବଜେଟ। ବୈଠକରେ ମେଟ୍ରୋ ଟ୍ରେନ ଚଳାଚଳ, ମହତାବଙ୍କ ସ୍ମୃତିରେ ପ୍ରେକ୍ଷାଳୟ ପ୍ରତିଷ୍ଠା, ଗଙ୍ଗୁଆ ନାଳର ପୁଃନଉଦ୍ଧାର, ବର୍ଦ୍ଧିତ ହୋଡ଼ିଂ ଟିକସ ପରି ବିଭିନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରଯାଇଥିଲା l ପରେ ଆଗମୀ ବର୍ଷ ପାଇଁ ମୋଟ ୬୯୦କୋଟି ୨ ଲକ୍ଷ ଟଙ୍କାର ବଜେଟ ଘୋଷଣା କରାଯାଇଥିଲା l ହେଲେ ଏସବୁ ମଧ୍ୟରେ ଗୃହରେ ବିଜେଡ଼ି କର୍ପୋରେଟର ଓ ବିରୋଧି ଦଳ କର୍ପୋରେଟରଙ୍କ ମଧ୍ୟରେ କଥା କଟାକଟି ହୋଇଥଲା l ଏମିତିକି ବିଜେଡି କର୍ପୋରେଟର ମାନେ ଦାଦାଗିରି କରୁଥିବା ଅଭିଯୋଗରେ ଧାରଣା ଦେଇଥିଲେ ବିଜେପି କର୍ପାରେଟର ।

ଏଥିସହ ବୈଠକରେ ସମସ୍ତ ବିଧାୟକ ମାନଙ୍କୁ ଡକାଯାଇଥିଲେ ମଧ୍ୟ ଭୁବନେଶ୍ବର ସାସଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଡକାହୋଇନଥିବାରୁ ଅସନ୍ତୁଷ୍ଟ ପ୍ରକାଶ କରିଥଲେ ବିରୋଧି ଦଳ l ଅନ୍ୟପଟେ କେବଳ ଗଣମାଧ୍ୟମକୁ ଆକର୍ଷିତ କରିବା ପାଇଁ ବିରୋଧି ଦଳ କର୍ପୋରେଟର ଏପରି କାର୍ଯ୍ୟ କରୁଛନ୍ତି ବୋଲି ମେୟର ପ୍ରତିକ୍ରିୟା ରଖିଛନ୍ତି l ୨ ଦିନ ଧରି ବିଜେପି କର୍ପୋରେଟର ମାନେ ଧାରଣାରେ ବସିବା ପରେ ଆଜି ମେୟରଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଛନ୍ତି ବିରୋଧି ଦଳ କର୍ପୋରେଟର l

ପ୍ରଥମ କର୍ପୋରେସନ ବୈଠକରୁ ଏଭଳି ହଟ୍ଟଗୋଳ, ଧାରଣ ଭଳି ପରିସ୍ଥିତି ଦେଖିବାକୁ ମିଳିଥିବା ବେଳେ  ଆଗାମୀ ଦିନରେ  ଵିଏମସିର କାର୍ଯ୍ୟ କେତେଦୂର ସଫଳ ହୋଇ ପାରୁଛି ତାହା ଦେଖିବାକୁ  ବାକି ରହିଲା।

ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *