ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ ଦୁଇଟି ଗୋରୁ ବୋଝେଇ ଟ୍ରକ ମହାନଦୀ ପୋଲ ନିକଟରେ କାବୁ କରିଛି l ବିନିକା ପୋଲିସ କଲେଜ ଛକ ଠାରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ରାମପୁର ପଟରୁ ଦୃତ ଗତିରେ ଆସୁଥିବା ଦୁଇଟି ଟ୍ରକକୁ ଅଟକେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରକ ନ ଅଟକି ଫେରାର ହେବାକୁ ଚେଷ୍ଟା କରିଥିଲା l ପରେ ଦୁଇଟି ଟ୍ରକ ଏକା ସାଙ୍ଗରେ ଦୃତ ଗତିରେ ଯାଉଥିବା ପୋଲିସ ସନ୍ଦେହ କରି ମହାନଦୀ ପୋଲ ନିକଟରେ ଧରିଥିଲା l ତଦନ୍ତରେ ଜଣାପଡ଼ିଥିଲା ଯେ ବେଆଇନ ଭାବେ ଗୋରୁ ଚୋରା ଚାଲାଣ ହେଉଛି । ଗୋଟିଏ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ଆଉ ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ବିନିକା ପୋଲିସ l
Naxatra News is now on Whatsapp
Join and get latest news update delivered to you via whatsapp
Join Now