ସମ୍ଭାବ୍ୟ ବାତ୍ୟାକୁ ନେଇ ବାଣ ବ୍ୟବସାୟୀ ଆତଙ୍କିତ

Spread the love

ଭୁବନେଶ୍ବର:  ବାଣ ବ୍ୟବସାୟ ପାଇଁ ବେଶ ଖ୍ୟାତି ଅର୍ଜନ କରିଥିବା ତଥା ମିନି ଶିବ କାଶୀ ଭାବେ ପରିଚିତ ଜଟଣୀ ସହର ଏବେ ବେଶ ଚଳ ଚଞ୍ଚଳ ହୋଇ ଉଠିଛି। ବହୁ ବାଧ୍ୟବାଧକତା ପରେ ଚଳିତ ବର୍ଷ ମାତ୍ର ୪ ଦିନ ଲାଗି ଲାଇସେନ୍ସ ବା ଅନୁମତି ମିଳିଛି ବାଣ ବିକିବାକୁ। ତେବେ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଏଥର ବ୍ୟବସାୟ ଫିକା ପଡ଼ିବ ବୋଲି ସମାନ୍ତରାଳ ଆଶଙ୍କା ବି ଉପୁଜିଛି। ସେପଟେ ଭୁବନେଶ୍ୱରରେ ୟୁନିଟ ଓ୍ୱାନ ହାଟରେ ବେଆଇନ ବାଣ ବିକ୍ରି କରୁଥିବା ଦୋକାନ ଉପରେ ପୁଲିସ ଚଢ଼ାଉ କରିଥିଲା। ଆଉ ଆସିକାରେ ୪୫ ଲକ୍ଷରୁ ବେଶୀ ଟଙ୍କାର ବାଣ ତିଆରି ସାମଗ୍ରୀକୁ ଜବତ କରିଛି ପୁଲିସ।

ଦୀପାବଳି ପାଇଁ ଆଉ ମାତ୍ର ୪ଟା ଦିନ। କଟକଣା ହଟିଥିବାରୁ ଏଥର ଧୁମଧାମରେ ପାଳିବାକୁ ଲୋକେ ସଜବାଜ ହେଲା ବେଳକୁ ଗୋଟିଏ ପଟେ କମ୍ ବାଣ ଦୋକାନୀଙ୍କୁ ଅନୁମତି ତ ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ମଉଜକୁ ଫିକା କରିଦେବାର ଆଶଙ୍କା। ବାଣ ପାଇଁ ଖ୍ୟାତି ଅର୍ଜନ କରିଥିବା ଜଟଣୀ ବ୍ୟବସାୟୀଙ୍କ କହିବା କଥା, ବିଳମ୍ୱରେ ବ୍ୟବସାୟୀ ମାନଙ୍କୁ ଅନୁମତି ମିଳିବାରୁ ଏବେ ଅସ୍ଥାୟୀ ଦୋକାନ ଘର ନିର୍ମାଣ କାର୍ଯ୍ୟ ଯୋର ସୋରରେ ଆଗେଇ ଚାଲିଛି।

 ଆଗକୁ ଆଲୋକ ପର୍ବ ଦୀପାବଳି ରହିଥିବା ବେଳେ ଏହି ଅବସରରେ ଅଞ୍ଚଳରେ ବେଆଇନ ବାଣ ବ୍ୟବସାୟ  ଉପରେ ରୋକ ଲଗାଇବା ଲାଗି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଲିସ ଜୋରଦାର ଚଢ଼ାଉ ଜାରିରଖିଛି l ସେହିଭଳି ଆଜି ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର  ବିଭିନ୍ନ ସ୍ଥାନରେ ବିପୁଳ ପରିମାଣ ର ବାଣ ତିଆରି ସାମଗ୍ରୀ ଓ ବାଣ ଗଛିତ ଥିବା ନେଇ ଖବର ପାଇ ପୋଲିସ ଚଢ଼ାଉ କରିଥିଲା l ଏହି ଚଢ଼ାଉ ବେଳେ ପାଖାପାଖି ୪୫ଲକ୍ଷରୁ ଉର୍ଦ୍ଧ  ଟଙ୍କାର ବାଣ ତିଆରି ସାମଗ୍ରୀ ଓ ବିଭିନ୍ନ ପ୍ରକାର ବାଣ ସହିତ ଗୋଟିଏ ପିକଅପ ଭେନ ଜବତ କରିଥିବା ବେଳେ ଜଣ ଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆସିକା ଥାନା ଅଧିକାରୀ l ଆସିକା ଏସଡିପିଓ, ତହସିଲଦାର ଓ ବହୁ ପୋଲିସ ଉପସ୍ଥିତ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି l

ଗତ ଦୁଇ ବର୍ଷ କରୋନା ମହାମାରୀ ଯୋଗୁଁ ବ୍ୟବସାୟ ଏକ ପ୍ରକାର ଠପ ରହିଥିଲା। ଚଳିତ ବର୍ଷ ପାଗ ଅନକୂଳ ଥିବାରୁ ଦୁଇ ପଇସା ରୋଜଗାର ଆଶାରେ ଲକ୍ଷ ଲକ୍ଷ ଟଙ୍କାର ବାଣ କିଣି ଦେଇଛୁ, ହେଲେ ଏବେ ଯୋଉ ବିଭିନ୍ନ ଗଣମାଧ୍ୟମରେ ସମ୍ଭାବ୍ୟ ବାତ୍ୟାର ସୂଚନା ମିଳୁଛି ଯଦି ସତରେ ହୋଇଯାଏ ତା’ହେଲେ ଆମକୁ ନାହିଁ ନ’ଥିବା କ୍ଷତି ସହିବା ଆଶଙ୍କାରେ ବ୍ୟବସାୟୀ ଚିନ୍ତାରେ।

Leave a Reply

Your email address will not be published. Required fields are marked *