ପାଗଳ କୁକୁର ଆତଙ୍କରେ ୪୦ରୁ ଉର୍ଦ୍ଧ ଆହତ

 ପାଗେଳା କୁକୁର ଆତଙ୍କ l ଦେଖିଲା ମାତ୍ରେ ଲୋକ ମାନଙ୍କ ଉପରକୁ ଲମ୍ଫ ମାରୁଛି । ଅନେକ ଲୋକଙ୍କୁ ଆକ୍ରାନ୍ତ କରି ଗୁରୁତର କରିସାରିଲାଣି l ଚାରିଦିନ ହେବ କୁକୁର ଆତଙ୍କ ସାଜି ଥିବାବେଳେ କୁକୁରଟିକୁ କାବୁ କରିବାରେ ଅସଫଳ ହେଉଛନ୍ତି ସ୍ଥାନୀୟ ଲୋକେ l ଘର ଦ୍ୱାରା ତାଟି କବାଟ ପକାଇ ହାତରେ ଠେଙ୍ଗା ବାଡ଼ି ଧରି କୁକୁରକୁ ଯଗିଛନ୍ତି ଗ୍ରାମବାସୀ l କଟକ ଜିଲ୍ଲା ସାଲେପୁର ବ୍ଲକ ଓଡାସିଂହ ପଞ୍ଚାୟତର ତିଲିଦା, ଓଡାସିଂହ ଏବଂ କଟିକାଟା ଆଦି ଗ୍ରାମର ପ୍ରାୟ 40 ରୁ ଉର୍ଦ୍ଧ ଲୋକ,ଛୋଟ ପିଲା ଏବଂ ଛେଳି ଗୋରୁକୁ କାମୁଡି କ୍ଷେତାକ୍ତ କରିଦେଇଛି ଏକ ପାଗଳ କୁକୁର l ପାଗଳ କୁକୁର ପାଇଁ ଲୋକେ ଘରୁ ବାହାରକୁ ଯିବା ପାଇଁ ଭୟ କରୁଛନ୍ତି l ଏମିତିକି ଛୋଟ ପିଲାମାନେ ବିଦ୍ୟାଳୟ ଯିବାକୁ ଭୟ କରୁଛନ୍ତି l କୁକୁର ପାଇଁ ପୁରା ଅଞ୍ଚଳରେ ଭୟରେ ବାତାବରଣ ସୃଷ୍ଟି ହୋଇଛି l ଏହି ପାଗଳ କୁକୁରକୁ ତ୍ୱରିତ କାବୁ କରିବାକୁ ବନବିଭାଗ କୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *