ବନ୍ୟାଜଳ ଓ ବର୍ଷାଜଳ ନିଷ୍କାସନ ପାଇ ହେଲା ବ୍ୟବସ୍ଥା

Spread the love

କଟକ: ବାଙ୍କୀ ଏନଏସି ୯ ନମ୍ବର ୱାର୍ଡ ରେଣୁକା ନଗର ଖବର ପ୍ରସାରଣର କିଛି ଘଣ୍ଟା ମଧ୍ୟରେ ବନ୍ୟାଜଳ ଓ ବର୍ଷାଜଳ ନିଷ୍କାସନ ପାଇ କରାଗଲା ବ୍ୟବସ୍ତା। ପାଣି ନିଷ୍କସନ ପାଇ ମଟର ପମ୍ପ ଲାଗିଛି। ଏବେ କିଛି ପରିମାଣର ଆଶ୍ୱସ୍ତି ପାଇ ବେଶ ଖୁସି ଅଛନ୍ତି ନଗରବାସୀ।  ସେପଟେ ରେଣୁକା ନଗର ପାଇ ପ୍ରଶାସନ ପକ୍ଷରୁ ତୁରନ୍ତ ଡ୍ରେନେଜ ବ୍ୟବସ୍ତା କରିବା ସହିତ ବାଙ୍କୀ ସହରର ମଇଳା ଓ ବର୍ଷା ପାଣି ନିଷ୍କସନ ହେଉଥିବା ମୁହାଣଗୁଡିକୁ  କିଛି ଜମି ମାଫିଆ ଆବଦ୍ଧ କରି ରଖିଥିବା କହିଛନ୍ତି ନଗରବାସୀ। ଯଦି ସେ ଗୁଡିକୁ କାର୍ଯ୍ୟକ୍ଷମ କରାଯନ୍ତା ତେବେ ଏଭଳି ଜଳବନ୍ଦୀ ଭଳି ପରିସ୍ଥିତି ଉପୁଯନ୍ତା ନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ଅଧିବାସୀ ଓ ବୁଦ୍ଧିଜୀବୀ କହିଛନ୍ତି। ଏନେଇ ନଗରବାସୀ ଜଳ ନିଷ୍କସନର ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *