କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହେବା ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୪ ଜଣ SCB ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହେଲ୍ପଲାଇନ୍ ନମ୍ବର ଜାରି କଲା ଇଷ୍ଟକୋଷ୍ଟ ରେଲୱେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । କେତେ ଜଣ ଯାତ୍ରୀ ଆହତ ହୋଇଛନ୍ତି ସ୍ପଷ୍ଟ ହୋଇପାରିନି ବୋଲି କହିଛନ୍ତି ରେଳବାଇ ସିପିଆର୍‌ଓ କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି । ପୂର୍ବାହ୍ନ ୧୧ଟା ୫୪ ମିନିଟ୍‌ରେ ଟ୍ରେନର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ବେଙ୍ଗଳୁରୁ-କାମାକ୍ଷା ଏକ୍ସପ୍ରେସ୍‌ର ୧୧ଟି ବଗି ଲାଇନ୍‌ଚ୍ୟୁତ ୱୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବାର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି । ଟ୍ରେନରୁ ଓହ୍ଲାଇ ପଡିଥିବା ଯାତ୍ରୀମାନେ ଖରାରେ ଛିଡା ହୋଇଥିବାର ଅଭିଯୋଗ କରିଛନ୍ତି । ଖରାରେ ଥିବା ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।ତୁରନ୍ତ ସେମାନଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରାଯିବାକୁ ଯାତ୍ରୀମାନେ କ୍ଷୋଭର ସହ କହୁଛନ୍ତି । ଆହତ ହୋଇଥିବା କେତେଜଣ ଯାତ୍ରୀଙ୍କୁ ଡାକ୍ତରଖାନାକୁ ନିଆଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *