ଆଜି ହେଉଛି ପବିତ୍ର ଇଦୁଲ ଫିତର

Spread the love

CTC_EID CELEBRATION_PKG

() ଆଜି ହେଉଛି ପବିତ୍ର ଇଦୁଲ ଫିତର  । ସମଗ୍ର ବିଶ୍ବରେ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଇଥିବା ବେଳେ ବେଶ ଧୁମଧାମରେ ପାଳିତ ହୋଇଛି ଭାଇଚାରାର ସହର କଟକରେ । ସହରର ବିଭିନ୍ନ ମସଜିଦରେ ଶାନ୍ତିଶୃଙ୍ଖଳାର ସହ ସମୂହ ନମାଜ ପାଠ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ପରସ୍ପରକୁ ଆଲିଙ୍ଗନ କରି   ଶୁଭେଚ୍ଛା ଜ୍ଞାପନ କରିଛନ୍ତି ସହରବାସୀ ।

ପବିତ୍ର ଇଦ ଅବସରେ କଟକ ସହରର ବିଭିନ୍ନ ମସଜିଦରେ ଜନଗହଳି ଦେଖିବାକୁ ମିଳିଥିଲା । ଇଦ ପାଇଁ ମସଜିଦ ବାହାର ଏବଂ ଭିତର ପାର୍ଶ୍ବରେ ମଧ୍ୟ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିଲା ।  ତେବେ ସହରର ପ୍ରମୁଖ ମସଜିଦ କଦମ ଏ ରସୁଲରେ ସକାଳ ସାଢେ ୮ଟା ଏବଂ ସାଢ଼େ ୯ଟା ରେ ସମୁହ ନମାଜ ପାଠ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଇଦଗା ପଡିଆରେ ସକାଳ ସାଢେ୧୦ଟାରେ ଶେଷ ନମାଜ ପାଠ କରାଯାଇଥିଲା ।

ଅପରପକ୍ଷେ ପବିତ୍ର ଇଦ ଅବସରେରେ ଇସଲାମ ଧର୍ମାବଲମ୍ବୀ ଭାଇମାନଙ୍କୁ ଶୁଭେଚ୍ଛା ଦେବା ପାଇଁ ବିଭିନ୍ନ ହିନ୍ଦୁ ସଂଗଠନ ଗୁଡ଼ିକ ପକ୍ଷରୁ କଟକ ସହରର ବିଭିନ୍ନ ମସଜିଦ ବାହାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ତେବେ ଇଦକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ପାଇଁ ସହର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏବଂ କଟକ ଡିସିପି ପ୍ରତ୍ୟକ୍ଷ ଭାବେ ସୂରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ମଧ୍ୟ କରିଥିଲେ…କଟକରେ ଦେଖାଯାଉଥିବା ଭାଇଚାରା ସାରା ବିଶ୍ଵ କୁ ଦିଗଦର୍ଶନ ଦେବା ସହିତ ଏ ପରମ୍ପରା ଅତୁଟ ରଖିବାକୁ ସଦା ଚେଷ୍ଟିତ କଟକିଆ ।

ଦୀପ୍ତି ରଂଜନ ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *