ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଦାନା’

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ଦାନା। ଆଜି ସକାଳ 5.30 ରେ ଗଭୀର ଅବପାତ ଟି ବାତ୍ୟାରେ ପରିଣତ ହୋଇଛି। ଉତ୍ତର ପଶ୍ଚିମ ଦିଗକୁ ଏହାର ଗତି ରହିଛି। କାଲି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ । ତେବେବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ସ୍ଥଳ ଚିହ୍ନଟ ହେଲା । ଭିତରକନିକା ଓ ଧମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ । ସ୍ଥଳ ବିଶେଷରେ ପବନର ବେଗ ୧୨୦ କିମିକୁ ବଢିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରଭାବ ପଡ଼ିବ । ଏବେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଆଗକୁ ବଢ଼ୁଛି ବାତ୍ୟା ।ସେହିପରି ବାତ୍ୟା ‘ଦାନା’ ପ୍ରଭାବରେ ଆସନ୍ତାକାଲି ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,ମୟୂରଭଞ୍ଜ, ଜଗତସିଂହପୁର ଓ କଟକ। ଏହି ଜିଲ୍ଲାରେ କିଛି ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର। ସମସ୍ତ ପୋର୍ଟ କୁ ୨ ନମ୍ବର ବିପଦ ସଂକେତ ଦିଆଯାଇଛି। ଏହା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଆଜିଠୁ ଆସିବା ପାଗରେ ପରିବର୍ତନ । ବର୍ଷାର ପରିମାଣ 30 ସେମି ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ହୋଇପାରେ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *