୨୨ରେ ଅବପାତ ରୂପ ନେବ

Spread the love

ଭୁବନେଶ୍ବର:  ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ। ଉତ୍ତର ଆଣ୍ଡାମାନ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୨୨ ତାରିଖ ବେଳକୁ ଅବପାତର ରୂପ ନେଇପାରେ । ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

୨୪ ତାରିଖ ବେଳକୁ ନେବ ବାତ୍ୟାର ରୂପ । ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଅପରାହ୍ନ ୫ଟାରେ ବସିବ ବୈଠକ । ଓଡ଼ିଶା ଉପକୂଳ ସାମନ୍ତରଳ ଦେଇ ଗତି କରିବ ବାତ୍ୟା । ସେହିପରି ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମୁହାଁ ହୋଇ ଯିବ ବାତ୍ୟା ।

Leave a Reply

Your email address will not be published. Required fields are marked *