ଡିଏମ୍ଏଫ୍ ଏକଜିକ୍ୟୁଟିଭ କମିଟି ବୈଠକ

Spread the love

ଝାରସୁଗୁଡ଼ା : ଡିଏମ୍ଏଫ୍ ୧୯ତମ ଏକଜିକ୍ୟୁଟିଭ କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ, ଡିଏମ୍ଏଫ୍ ଟିମ୍ ଲିଡର ନଳିନୀ ଦାଶଙ୍କ ସମେତ ଲାଇନ ଡିପାର୍ଟମେଣ୍ଟ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଡିଏମ୍ଏଫ୍ ପାଣ୍ଠି ଅନୁଦାନରେ ଏଯାବତ୍ ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ବାବଦକୁ ହୋଇଥିବା ଖର୍ଚ୍ଚର ସମୀକ୍ଷା କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ସୁଦ୍ଧା ୧୨୩୨ କୋଟି ୩୦ଲକ୍ଷ ଟଙ୍କାରୁ ୯୫୮ କୋଟି ୯ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୨୦୨୨-୨୩ ଆର୍ôଥକ ବର୍ଷ ସୁଦ୍ଧା ଗଚ୍ଛିତ ୨୭୯ କୋଟି ୨୮ଲକ୍ଷ ଟଙ୍କାରୁ ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ଚାଲୁ ରହିଥିବା ଆଲୋଚନା କରାଯାଇଥିଲା । ଚଳିତ ଜୁନ୍ ଶେଷ ସୁଦ୍ଧା ବନ୍ଧ, କଟା ଓ ପୋଖରୀ ଆଦି ପୁନରୁଦ୍ଧାର ଓ ସୌନ୍ଦର୍ଜୀକରଣ କାର୍ଯ୍ୟ ସମ୍ପନ୍ନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଡି ଏମ୍ ଏଫ୍ ପାଣ୍ଠିରୁ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ବିଦ୍ୟୁତୀ କରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରକଳ୍ପ ବାବଦକୁ ଯଥା ସମୟରେ ବିନିଯୋଗ ପତ୍ର ଦାଖଲ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *