୨୨ରେ ଲଘୁଚାପ ସମ୍ଭାବନା

Spread the love

ଭୁବନେଶ୍ବର/ପାରାଦ୍ବୀପ: ୨୨ତାରିଖରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ଥିବା ବେଳେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟା ର ରୂପ ନେବାର ସମ୍ଭାବନା ରହିଛି। ୨୨ତାରିଖରୁ ମସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଥିବା ବେଳେ ୨୩ ରୁ ରାଜ୍ୟରେ ପ୍ରବଳ ବର୍ଷା ।

୨୪ଘଣ୍ଟାରେ ଲଘୁଚାପ, ୨୨ରେ ଅବପାତ, ୨୪ରେ ବାତ୍ୟା..! ବଢୁଛି ପ୍ରଭାବିତ ହେବାର ଆଶଙ୍କା…! ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର ।  ୨୩ରୁ ଓଡ଼ିଶା ରେ ବର୍ଷା । ୨୨ରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମନା।

ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବା ପରେ,ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ.. ହେବ। ଏହାପରେ, ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟା ର ରୂପ ନେବାର ସମ୍ଭାବନା ରହିଛି କେଉଁଠି ସ୍ଥଳଭାଗ ଛୁଇଁବ ତାହା ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗକେନ୍ଦ୍ର ନିର୍ଦେଶକ ।

ସେପଟେ ସମ୍ଭାବ୍ୟ ବାତ୍ୟା ପାଇଁ ଏବେଠୁ ସମସ୍ତଙ୍କ ମନରେ ଛନକା ପସିଥିବା ବେଳେ,

ପୁଣି ପ୍ରମାଦ ଗଣିଲେଣି ଲୋକ। ପାରାଦୀପରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ସୂଚନା ଜାରି କରିଛି ଓଡିଶା ମତ୍ସ୍ୟ ବିଭାଗ। ଡାକବାଜି ଯନ୍ତ୍ର ସାହାଯ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଦିଆଯାଇଛି । 21 ତାରିଖ ପୂର୍ବରୁ ସମୁଦ୍ରରୁ ଫେରି ଆସିବାକୁ ସତର୍କ କରାଯାଇଛି। ଅନ୍ୟପଟେ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର ।୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି।

ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ପରେ ହିଁ ଜଣାପଡିବ ବାତ୍ୟା ର ସ୍ଥିତି ଓଡିଶା ପାଇଁ କଣ ହେବ । ସେଥିପର୍ଯ୍ୟନ୍ତ ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ନବକିଶୋର ଓ ସିମ୍ପୁଲ ନାୟକଙ୍କ  ସହ ସୁବ୍ରତ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *