୩୦ ବର୍ଷ ପରେ ବାପା ଝିଅ ଭେଟ

Spread the love

କନ୍ଧମାଳ: କଥାରେ ଅଛି, ଯାହାର ମା ନାହିଁ ତାହାର ସାହା ନାହିଁ । ମା ଶଦ୍ଦଟି ପ୍ରାୟ ସମସ୍ତଙ୍କ ଜୀବନ ସହ ଜଡିତ । ମାଙ୍କୁ ହରାଇବା ପରେ ଅନେକଙ୍କ ଜୀବନର ଗତିପଥ ବଦଳିଯାଏ । ସେମିତି ମାର ମୃତ୍ୟୁ ପରେ ଝିଅକୁ ଆଶ୍ରମରେ ଛାଡି ଦେଇଥିଲେ ବାପା । ୩୦ ବର୍ଷ ପରେ ନିଜ ଜନ୍ମ ମାଟିକୁ ଫେରିଛି ଝିଅ । ଆଶ୍ରମରୁ ପୋଷ୍ୟ ହୋଇ ବେଲଜିୟମ ଚାଲାଯାଇଥିବା କନ୍ଧମାନ ଝିଅ ମାମିନା ନିଜ ବାପାଙ୍କୁ ଭେଟିବା ପାଇଁ ଫେରିଛି କନ୍ଧମାଳ ।

ଶେଷରେ ମନେ ପଡିଲେ ବାପା । କନ୍ଧମାଳ ରାଇକିଆ ବ୍ଲକ ଗୁଝାପାଙ୍ଗା ଗାଁର ଦୃଶ୍ୟ।  ୩୦ ବର୍ଷ ପରେ ନିଜ ବାପାକୁ ଭେଟୁଛି ଝିଅ । ଏ ଦୃଶ୍ୟ ଦେଖିଲେ କେହି ବି ଭାବବିହୋଳ ନହୋଇ ରହିପାରିବେ ନାହିଁ । ୧୯୯୩ ମସିହାରେ ମାମିନା ୩ ମାସର ହୋଇଥିବା ବେଳେ ତାଙ୍କ ମା ଙ୍କ ଦେହାନ୍ତ ହୋଇଥିଲା । ମାର ମୃତ୍ୟୁ ପରେ ୩ ମାସର ଝିଅକୁ ଜି ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମରେ ଛାଡି ଦେଇଥିଲେ ବାପା ।

ଆଶ୍ରମରେ ଛାଡିବାର କିଛି ବର୍ଷ ପରେ ବେଲଜିୟମର ଏକ ଦମ୍ପତି ମାମିନାଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରି ନିଜ ଦେଶକୁ ନେଇଯାଇଥିଲେ ଓ ସେଠାରେ ପାଠ ପଢି ମାମିନା ବେଶ ଉଚ୍ଚଶିକ୍ଷିତା ହୋଇଛନ୍ତି ।

୩ ବର୍ଷର ଝିଅ ଏବେ ୩୯ ବର୍ଷରେ ପହଞ୍ଚିଥିଲେ । ଆଉ ନିଜ ଜନ୍ମ ମାଟିର ଠିକଣା ଖୋଜି ନିଜ ସ୍ବାମୀଙ୍କ ସହ ବେଲଜିୟମରୁ କନ୍ଧମାଳ ଆସିଛି ଖାସ ବାପାଙ୍କୁ ଭେଟିବା ପାଇଁ । ଏ କାହାଣୀ ହେଉଛି କନ୍ଧମାଲ ରାଇକିଆ ବ୍ଲକ ଗୁଜାପାଙ୍ଗାର କୃଷ୍ନଚନ୍ଦ୍ର ରଣାଙ୍କ ଝିଅ ମାମିନାଙ୍କର ।

ତାଙ୍କୁ ଜନ୍ମ ସ୍ଥାନ ଫେରିବାର ବାଟ ଫିଟାଇଥିଲା ତାଙ୍କ କାମ୍ବୋଡିଆ ଗସ୍ତ । କିଛି ବର୍ଷ ତଳେ ମାମିନା କାମ୍ବୋଡିଆ ବୁଲିବାକୁ ଯାଇଥିବା ବେଳେ ଜଣେ ଆଙ୍ଗ୍ଲୋ ଇଣ୍ଡିଆନ ତାଙ୍କୁ ଆପଣ ଆଙ୍ଗ୍ଲୋ ଇଣ୍ଡିଆ ବୋଲି ପ୍ରଶ୍ନ କରିଥିଲେ । ସେହି ପ୍ରଶ୍ନର ଉତ୍ତର ଦେଇପାରିନଥିଲେ ମାମିନା । ଘରକୁ ଫେରି ତାଙ୍କ ପାଳିତ ବାପା ମାଙ୍କୁ ନିଜର ପ୍ରକୃତ ପରିଚୟ ପଚାରିଥିଲେ । ଏହା ପରେ ବଲଜିୟମ ଦମ୍ପତି ମାମିନାଙ୍କୁ କହିଥିଲେ କନ୍ଧମାଳରୁ ବେଲଜିୟମ ଯାତ୍ରାର ପୁରା କାହାଣୀ । ଏହା ପରେ ନିଜ ଜନ୍ମମାଟିକୁ ଫେରିବା ପାଇଁ ମାମିନା ପୁନେର ମହିଳା ଆଇନଜୀବୀ ଅଂଜ ପାୱାରଙ୍କୁ ଯୋଗଯୋଗ କରିଥିଲେ । ଏବେ ପାୱାରଙ୍କ ସହାୟତାରେ ଭାରତ ଆସି  ଜି. ଉଦୟଗିରି  ସୁଭଦ୍ରା ମହତାବ ଆଶ୍ରମରେ ନିଜ ବାପାଙ୍କୁ ଭେଟିଛନ୍ତି ମାମାନି । ଅନ୍ୟପଟେ ଏତେ ବର୍ଷ ପରେ ମାମିନାଙ୍କୁ ତାଙ୍କ ଗ୍ରାମବାସୀ ପାଇଁ ବେଶ ଖୁସି।

 ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *