ବୌଦ୍ଧରେ ମହାନଦୀ କୂଳରେ ଏକ ଅଜଣା ଯୁବକଙ୍କ ଶବ ଉଦ୍ଧାର

ଭୁବନେଶ୍ୱର : ବୌଦ୍ଧ ସହର ସ୍ଥିତ ସତସଙ୍ଗ ମନ୍ଦିର ପଛପଟ ମହାନଦୀ କୂଳରେ ଏକ ଅଜଣା ଯୁବକଙ୍କ ଶବ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ମୃତ ଦେହର ଅଳ୍ପ ଦୂରରେ ସାଇକେଲ, ମଦ ବୋତଲ, ପଥର ପଡିଥିବା ଦେଖିବାକୁ ମିଳିଛି । ତେବେ କେହି ଦୁର୍ବୁତ୍ତ ହତ୍ୟା କରିଥିବା ସାଧାରଣରେ ସନ୍ଦେହ କରାଯାଉଛି । ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *