କେନ୍ଦୁଝର ଗାୟତ୍ରୀ କଲେଜ ରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଛାତ୍ର ହେଲେ ପାଟଣା ଥାନା ଟାଙ୍ଗରପଡା ଗ୍ରାମର ଜଗବନ୍ଧୁ ମହାନ୍ତ ଙ୍କ ପୁଅ ଜଳଧର ମହାନ୍ତ । ମୃତ୍ୟୁର କାରଣ ଅସ୍ପଷ୍ଟ । ଗାୟତ୍ରୀ ରେସିଡେନ୍ସିଆଲ କଲେଜ ହଷ୍ଟେଲରେ ରହି ସମର କୋର୍ସ କରୁଥିଲେ ଜଳଧର । ରାତ୍ରୀ ଭୋଜନ ପରେ ଶୋଇଥିବା ଅବସ୍ଥାରେ ଚାଲିଗଲା ଜୀବନ। ଗତକାଲି ରାତି ପ୍ରାୟ 10ଟା ସମୟରେ ଜଳଧର ସବୁଦିନ ପରି ସାଙ୍ଗମାନଙ୍କ ସହ ଖାଇ ସୋଇଥିବା ବେଳେ ରାତି ପ୍ରାୟ ୧ଟା ବେଳେ ସାଙ୍ଗମାନେ ତାକୁ ଡାକିବାରୁ ଉଠିନଥିଲେ ।ଖବର ପାଇ କଲେଜ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲ ଆଣିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ପରିବାର ଲୋକ ଏହାର ତଦନ୍ତ ଦାବୀ କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now